ଜୁଣପସି ଠାରେ ସଚେତନତା ବୈଠକ
ହାଟଡିହି, (ବିକାଶ ବିଶ୍ୱାଳ):ସ୍ବେଚ୍ଛାସେବୀ ଅନୁଷ୍ଠାନ ଆସ୍ପାୟାର ପକ୍ଷରୁ ହଦଗଡ଼ ଗ୍ରାମପଞ୍ଚାୟତର ଜୁଣପସି ଗ୍ରାମରେ ଗ୍ରାମବାସୀ ଏବଂ ବହୁ ସଂଖ୍ୟକ ମହିଳାଙ୍କୁ ନେଇ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ସଂଚାଳକ ଅମ୍ଳାନ କୁମାର ଜେନାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ବୈଠକରେ ଶିକ୍ଷା ଅଧିକାର ଅଧିନିୟମ, ଶିଶୁ ଅଧିକାର, ବାଲ୍ୟବିବାହ, ଆଦିବାସୀ ଅଧିକାର ଇତ୍ୟାତି ଅନେକ ବିଷୟରେ ସଚେତନତା କରାଯାଇ ଥିଲା। ବିଶେଷକରି ବଣ ଜଙ୍ଗଲ ଘେରା ଏହି ଅଞ୍ଚଳର ଲୋକମାନେ କୁସଂସ୍କାରରୁ ଦୁରେଇ ରହିବା ପାଇଁ ଲୋକମାନଙ୍କୁ ଶପଥ କରାଇଥିଲେ। ଉକ୍ତ ବୈଠକରେ ଶିକ୍ଷା ସଂଯୋଜକ ଦୁଷ୍ମନ୍ତ କୁମାର ସାହୁ, ଏଲ.ଏଫ ପ୍ରିୟଦର୍ଶିନୀ ପରିଡା, ସି.ଆର.ସି ଶିକ୍ଷକ ରୁଦ୍ରନାରାୟଣ ଜେନା, ହଦଗଡ଼ ଗ୍ରାମପଞ୍ଚାୟତର ଜିପିସିଏମ ସସ୍ମିତା ନାୟକ, ଢେଙ୍କା ଗ୍ରାମପଞ୍ଚାୟତ ଜିପିସିଏମ ଆଲୋକ ନାୟକଙ୍କ ସମେତ ଏଲ.ଇ.ପି ଶିକ୍ଷକ ପ୍ରଶାନ୍ତ ଦାସ, ଲିଜାଞ୍ଜଳି ତ୍ରିପାଠୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l