ସୀମା ବିବାଦକୁ ନେଇ ତୀବ୍ର ହେଉଛି ବିବାଦ, ଦୁଇ ଗାଁ ମୁହାଁମୁହିଁ

ହାଟଡିହି, (ବିକାଶ ବିଶ୍ୱାଳ):ସୀମା ବିବାଦକୁ ନେଇ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ହାବଳେଶ୍ଵର ପଞ୍ଚାୟତ ଜମ୍ଭରା ଡ଼ିମିରିଆ ଗାଁ ମଧ୍ୟରେ ବିବାଦ ତୀବ୍ର ହେବାରେ ଲାଗିଛି। ବିଶେଷକରି ମଥୁରାପୁର ବ୍ରିଜ ଛକଟି ଜମ୍ଭରା ଗ୍ରାମ ସୀମାରେ ଥିବା ବେଳେ ଏଠାରେ ଡିମିରିଆ ଗ୍ରାମର ଲୋକମାନେ ଦୋକାନ କରି ବ୍ୟବସାୟ କରି ଆସୁଛନ୍ତି । ଏବେ ସେଠାରେ ଡିମିରିଆ ଲୋକମାନଙ୍କ ପ୍ରାଦୁର୍ଭାବ ବୃଦ୍ଧିକୁ ନେଇ ଜମ୍ଭରା ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଜମ୍ଭରାରେ ଏକ ଲିଜ ବାଲିଘାଟ ଚାଲୁଥିବା ବେଳେ ଜମ୍ଭରା ଗ୍ରାମର ଶତାଧିକ ଲୋକ ଏହି ବାଲିଘାଟରେ ସାମିଲ ଅଛନ୍ତି। ଡିମିରିଆ ଲୋକମାନେ ଡିମିରିଆ ଗାଁ ଦେଇ ଯାଉଥିବା ଟ୍ରକଗୁଡିକୁ ଜମ୍ଭରା ଘାଟକୁ ଛାଡୁ ନାହାନ୍ତି। ଯାହାକୁ ନେଇ ଏହି ବିବାଦର ସୁତ୍ରପାତ ହୋଇଛି। ଏନେଇ ଦୁଇ ଗାଁ ଭିତରେ ଅନେକବାର ବୈଠକ ବସି ସମାଧାନ ପାଇଁ ଚେଷ୍ଟା କରାଯାଇ ଥିଲେବି କିଛି ସୁଫଳ ମିଳିପାରିନି । ଯାହାକୁ ନେଇ ଜମ୍ଭରା ଗ୍ରାମର ଲୋକମାନେ ସେମାନଙ୍କ ଗାଁ ସୀମାରୁ ଡିମିରିଆ ଗାଁ ଦୋକାନୀ ମାନଙ୍କୁ ହଟାଇବା ପାଇଁ ଦାବି କରିଛନ୍ତି। ସେମାନେ ଗତ ଦୁଇଦିନ ତଳେ ଏନେଇ ତହସିଲଦାର ଓ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିବା ବେଳେ ଆଜି ଜମ୍ଭରା ଗ୍ରାମର ଶତାଧିକ ଗ୍ରାମବାସୀ ମଥୁରାପୁର ପୋଲ ଛକ ନିକଟରେ ଏକତ୍ରିତ ହୋଇ ବସିଛନ୍ତି। ଏହାକୁ ନେଇ ଦୁଇ ଗାଁ ଭିତରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଅଶଙ୍କା ଦେଖା ଦେଇଛି। ପୁଲିସ ଓ ପ୍ରଶାସନ ତୁରନ୍ତ ଏହି ବିବାଦର ସମାଧାନ କରି ଉଭୟ ଗାଁ ଭିତରେ ଭାଇଚାରା ବଜାୟ ରଖିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ