ଅଙ୍ଗନୱାଡ଼ି କର୍ମୀ ପାଇଲେ ସ୍କାର୍ଟ ନବରତ୍ନ ସମ୍ମାନ

ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର):ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ତଣ୍ଡିପୁର ପଞ୍ଚାୟତ ଡୁଙ୍ଗୁରୁଗୁଡ଼ା ଗ୍ରାମର ଅଙ୍ଗନୱାଡି କର୍ମୀ ଗୁଣ୍ଠା ରେଣୁ ସ୍କାର୍ଟ୍ ନବରତ୍ତ୍ନ ସମ୍ମାନ ୨୦୨୪ ପାଇ ନିଜ ଗ୍ରାମ ତଥା ବ୍ଲକ ପାଇଁ ଗୌରବ ଅର୍ଜନ ଆଣି ଛନ୍ତି । ଏହି ସମ୍ମାନ ପାଇଁ ରାଜ୍ୟ ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ଏପ୍ରିଲ ୧୪ ତାରିଖରେ ର ମନୋନୀତ କରାଯାଇଥିଲା। କଳା ବିକାଶ କେନ୍ଦ୍ର କଟକ ଠାରେ କଟକ ବିଧାୟିକା, ବିଭାଗୀୟ ସଚୀବ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଙ୍କ ଗହଣ ରେ ଜି.ରେଣୁ ଙ୍କୁ ଆଦର୍ଶ ଅଙ୍ଗନୱାଡି କର୍ମୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ଏହି ସମ୍ମାନର ଅଧିକାରୀ ହେବ ପରେ ଜି.ରେଣୁ ଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ର ସୁଅ ଛୁଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ