ବାରିପଦାର ନିୟମିତ ରକ୍ତଦାତା ଡଃ ନିରୋଜ କୁମାର ପୋଥାଳ କଟକ ମେଡିକାଲରେ ପ୍ଲେଟଲଟ ପ୍ରଦାନ କରିଲେ

ବାରିପଦା,(ମୁରାରୀ ମୋହନ ମହାପାତ୍ର):ବିହାର ରାଜ୍ୟ ବକ୍ସର ଗ୍ରାମର ଜଣେ କେନ୍ସର୍ ପୀଡ଼ିତା ରୋଗୀ ନାମ ବୀଣା କୁମାରୀ ଦୀର୍ଘ ଦିନ ଧରି କଟକର ଶ୍ରୀ ରାମଚନ୍ଦ୍ର ମେଡିକାଲରେ ଚିକିତ୍ସିତ ହେଉଛନ୍ତି l
ତାଙ୍କର ଜରୁରୀ କାଳୀନ ଏବି+ ପ୍ଲେଟଲେଟର ଆବଶ୍ୟକ ହେବାରୁ ଅନେକ ଚେଷ୍ଟା କରି ବିଫଳ ପରେ ସେମାନେ କଟକର ସ୍ୱଚ୍ଛାସେବି ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଦେବାଶିଷ ସାହୁ (ଦିଲୁ ଭାଇ)ଙ୍କୁ ଏସଡିପି ଦାନ ପାଇଁ ଅନୁରୋଧ କରିଥିଲେ ।
ଦେବାଶିଷ ସାହୁ ସଙ୍ଗେ ସଙ୍ଗେ ବାରିପଦାର ନିୟମିତ ରକ୍ତ ଓ ପ୍ଲେଟଲେଟ୍ ଦାତା ଡଃ ନିରୋଜ କୁମାର ପୋଥାଳଙ୍କୁ ଯୋଗାଯୋଗ କରିଥିଲେ । ଜରୁରୀ କାଳୀନ ପ୍ଲେଟଲେଟର ଆବଶ୍ୟକତା ଜାଣିବା ପରେ ଡଃ ନିରୋଜ କୁମାର ପୋଥାଳ ଅବିଳମ୍ବେ ବାରିପଦାରୁ କଟକ ମେଡିକାଲକୁ ଯାଇ ନିଜର ପ୍ଲେଟଲେଟ କ୍ୟାନ୍ସର ପୀଡ଼ିତା ମହିଳାଙ୍କୁ ପ୍ରଦାନ କରିଥିଲେ । ଏହି ମହାନ ସେବାକାର୍ଯ୍ୟ ପାଇଁ ଡଃ ନିରୋଜଙ୍କୁ କଟକ ଓ ମୟୂରଭଞ୍ଜର ବିଭିନ୍ନ ଅନୁଷ୍ଠାନ ତରଫରୁ ଧନ୍ୟବାଦ୍ ପ୍ରଦାନ କରାଯାଇଛି । ଏହା ପୂର୍ବରୁ ଅନେକ ବାର ନିୟମିତ ଭାବରେ ଡଃ ନିରୋଜ ପୋଥାଳ ବାରିପଦାରୁ କଟକକୁ ଯାଇ ଡେଙ୍ଗୁ ଓ କେନ୍ସର ରୋଗୀଙ୍କୁ ନିଜର ପ୍ଲେଟଲେଟ ପ୍ରଦାନ କରି ଆସୁଛନ୍ତି l ଆଜି ପର୍ଯ୍ୟନ୍ତ ସର୍ବମୋଟ ୧୨୦ ଥର ନିଜର ରକ୍ତଦାନ କରି ଅନେକ ରାଜ୍ୟରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି ।
.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ