କୋଣାର୍କ ଉତ୍ସବରେ କୁଚୁପୁଡ଼ି ଓ ଓଡ଼ିଶୀ ନୃତ୍ୟ
ନିମାପଡ଼ା,(ସନ୍ତୋଷ ଦାଶ): ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ ୩୫ ତମ କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ପାଦଦେଶରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚ ରେ ପ୍ରଥମ ପର୍ଯ୍ୟାୟରେ ହାଇଦ୍ରାବାଦରୁ ଆସିଥିବା ଦୀପିକା ରେଡ୍ଡୀ ଓ ସାଥୀ ଶିଳ୍ପୀମାନଙ୍କ ଦ୍ଵାରା ପରିବେଷିତ ହୋଇଥିଲା “କୁଚିପୁଡ଼ି”ନୃତ୍ୟ ।
“କୁଚିପୁଡ଼ି ବନ୍ଦନା”ମାଧ୍ୟମରେ ଅଗ୍ରପୂଜ୍ୟ ଗଣେଶଙ୍କର ବନ୍ଦନା ସହିତ “ଥାକୁଭେମିମନାକୁ”ଓ “ମଧୁରମ ମଧୁରମ”ରେ କୃଷ୍ଣଙ୍କର ଲୀଳା ଓ ରାସର ପ୍ରଦର୍ଶନ କରାଇଥିଲେ। “ନିତ୍ୟ ନିରଞ୍ଜନମ”ରେ ଆନନ୍ଦ ଓ ଉଲ୍ଲାସ ମଧ୍ୟରେ ବିଭିନ୍ନ ତାଳ ଓ ନୃତ୍ୟାଙ୍ଗନାମାନଙ୍କର ଅଙ୍ଗରାଗ କୁଚିପୁଡ଼ି ନୃତ୍ୟ ଶୈଳୀରେ ପରିବେଷଣ କରିଥିଲେ।
ଦିତୀୟ ପର୍ଯ୍ୟାୟରେ ଭୁବନେଶ୍ଵରର “ରୁଦ୍ରାକ୍ଷ ଫାଉଣ୍ଡେସନ”ର ଗୁରୁ ବିଚିତ୍ରାନନ୍ଦ ସ୍ଵାଇଁ ଓ ସାଥୀଶିଳ୍ପୀ ମାନଙ୍କ ଦ୍ଵାରା ଓଡିଶୀ ନୃତ୍ୟ ଶୈଳୀରେ “ହଂସ କଲ୍ୟାଣୀ ପଲ୍ଲବୀ”ଓ “, ଶାକ୍ୟ ମୁନି ବୁଦ୍ଧ” ଦୁଇ ନୃତ୍ୟ ସଂରଚନାରେ । ଓଡ଼ିଶୀ ନୃତ୍ୟର ସମସ୍ତ ବ୍ୟାକରଣକୁ ଆଧାରିତ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା । ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶିଳ୍ପୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲ (ଏ ଆଣ୍ଡ ଇ), ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀଯୁକ୍ତ ବଳୱନ୍ତ ସିଂହ , ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସମର୍ଥ ବର୍ମା ,ପୁରୀ ସର୍କଲ ଏଏସ୍ଆଇର ଅଧୀକ୍ଷକ ପ୍ରତ୍ନତତ୍ତ୍ୱବିତ ଡ଼ଃ . ଦିବ୍ୟସଦା ବ୍ରଜସୁନ୍ଦର ଗଡ଼ନାୟକ ପ୍ରମୁଖ ଚତୁର୍ଥ ସନ୍ଧ୍ୟାକୁ ଉଦଘାଟନ କରିଥିଲେ । କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ମଞ୍ଚ ଗ୍ୟାଲେରିରେ ଦେଶ ବିଦେଶର ହଜାର ହଜାର ଦର୍ଶକଙ୍କ ଭିଡ଼ ଜମିଥିଲା ।