ଉତ୍କଳ ସମ୍ମିଳନୀର ଗଜପତି ଶାଖା ପୂନର୍ଗଠନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଶାଖାର ଉତ୍କଳ ସମ୍ମିଳନୀ କମିଟି ପୂନର୍ଗଠନ ହୋଇଯାଇଛି। ଭାରତ ଭୂଷଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବିନୋଦ ଚନ୍ଦ୍ର ଜେନା, ବିଚିତ୍ରାନନ୍ଦ ବେବର୍ତ୍ତା ମଂଚାସୀନ ଥିଲେ। ପାରଳାଖେମୁଣ୍ଡିରେ ଓଡିଆ ଅସ୍ମିତା କ୍ରମଶଃ ହ୍ରାସ ପାଉଥିବାରୁ ବକ୍ତାମାନେ କ୍ଷୋଭ ପ୍ରକାଶ କରିିଥିଲେ। ଗଂଗାବାଡ, କୋଟିଆ ଆଦି ସ୍ଥାନରେ ପଡୋଶୀ ଆନ୍ଧ୍ରପ୍ରଦେଶର ଦବ୍ ଦବା ଦ୍ୱାରା ଓଡିଆ ଭାଷା ଓ ସଂସ୍କୃତି କ୍ରମେ କ୍ରମେ କ୍ଷୟ ଅନୁଭବ ହେଉଛି।ଏସବୁ ନେଇ ରାଜ୍ୟସ୍ତରରେ ଆଲୋଚନା କରିବାର ସମୟ ଆସିଛି।ଏହି ଅବସରରେ କମିଟିର ପୂନର୍ଗଠନ କରାଯାଇଛି।ଏଥିରେ ସଭାପତି ରୂପେ ଭାରତ ଭୂଷଣ ମହାନ୍ତି,ଉପ-ସଭାପତି ବିଚିତ୍ରାନନ୍ଦ ବେବର୍ତ୍ତା ଓ ଆଶାଲତା ପାଣିଗ୍ରାହୀ, ସାଧାରଣ ସଂପାଦକ ବିନୋଦ ଚନ୍ଦ୍ର ଜେନା,ସହ ସଂପାଦକ ଗୌରହରି ପଟ୍ଟନାୟକ,କୋଷାଧ୍ୟକ୍ଷ ଅରକ୍ଷିତ ପଟ୍ଟନାୟକ,ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ମହାପାତ୍ର ତଥା ୧୧ ଜଣ କାର୍ଯ୍ୟକାରୀ ସଦସ୍ୟ ମନୋନୀତ ହୋଇଥିଲେ।ଅନ୍ୟମାନଙ୍କ ମଧ୍ଯରେ ଭାଗବତ ପାଢୀ,ଡ.କଲ୍ୟାଣୀ ମିଶ୍ର, ସ୍ୱର୍ଣ୍ଣପ୍ରଭା ପାଠୀ,ତ୍ରିପତି ପ୍ରସାଦ ପଣ୍ଡା,ବିଷ୍ଣୁ ପଣ୍ଡା ନିଜନିଜ ମନ୍ତବ୍ୟ ପ୍ରଦାନ କରିଥିଲେ।ଶେଷରେ ମୀନା କୁମାରୀ ଟହଲ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ