୪ନଂ ଜିଲ୍ଲା ପରିଷଦ ବାପା ଙ୍କ ଦେହାନ୍ତ
କଣାସ, (ପାହାନ୍ତା ସିଂହ ଅଜଂଳୀ ସାହୁ):କଣାସ ବ୍ଲକ ୪ନଂ ଜିଲ୍ଲା ପରିଷଦ ସଦସ୍ୟ ଭୀମସେନ ପାଈକେରାୟ ଙ୍କ ବାପା ସମାଜସେବୀ ଭରତ ପାଇକେରାୟ ଙ୍କ ବୁଧବାର ସକାଳ ୮ଟା ରେ ଭୁବନେଶ୍ୱର ସ୍ଥିତ ବାସଭବନରେ ଦେହାନ୍ତ ହୋଇଛି।ସେ ଜଣେ ପରଉପକାରୀ , ଖୁସି ମଜାଜ ରେ ରହିବାକୁ ପସନ୍ଦ କରନ୍ତି। ଗ୍ରାମ ର ଆନୁଷ୍ଠାନ ନିର୍ମାଣ ରେ ତାଙ୍କ ସହଯୋଗ ଅତୁଳନୀୟ । ତାଙ୍କର ଦେହାନ୍ତ ରେ ଗଡମାଟିଆପଡା, ନୂଆ ସାହି ଗାଁ ରେ ଶୋକ ର ଛାୟା ଖେଳିଯାଇଛି।ଦୀର୍ଘଦିନ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ପରିବାର ଓ ଗ୍ରାମବାସୀ ମାନେ ଶେଷ ଦର୍ଶନ କରିବା ସହିତ ତାଙ୍କ ମରଶରୀରକୁ ପୁରୀ ସ୍ଵର୍ଗଦ୍ଵାର ରେ ଅନ୍ତିମ ସଂସ୍କାର କରାଯାଇଥିଲା। ଏକମାତ୍ର ପୁତ୍ର ଭୀମସେନ ପାଈକେରାୟ ମୁଖାଗ୍ନୀ ଦେଇଥିଲେ।ଚୁମୁକି,ପିଙ୍କି,ଲକି ସମେତ ଜ୍ବାଇଁ ମାନେ, ପରିବାର ବର୍ଗ ଓ ବନ୍ଧୁ ବାନ୍ଧବ ମାନେ ଉପସ୍ଥିତ ଥିଲେ।


