ଉପଖଣ୍ଡ ସ୍ତରୀୟ ଧାନ ସଂଗ୍ରହ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
କରଞ୍ଜିଆ,(ଜିତେନ୍ଦ୍ର ରାଜ): ପାଞ୍ଚପିଢ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଉପଖଣ୍ଡ ସ୍ତରୀୟ ଧାନ ସଂଗ୍ରହ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ନିୟନ୍ତ୍ରିତ ବଜାର କମିଟି ଦ୍ୱାରା ଆୟୋଜିତ ବୈଠକରେ ପାଞ୍ଚପିଢ଼ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ, ଉପଖଣ୍ଡ ଯୋଗାଣ ଅଧିକାରୀ ହିମାଂଶୁ ଶେଖର ଦତ୍ତ, ସହକାରୀ ନିବନ୍ଧକ ସମବାୟ ସମୂହ ବସନ୍ତ କୁମାର ନାଏକ, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଜୟଦ୍ରଥ ମହାନ୍ତ, କରଞ୍ଜିଆ, ଠାକୁରମୁଣ୍ଡା, ରରୁଆଁ, ଶୁକୃଳି, ଯଶିପୁର ବିଡ଼ିଓଙ୍କ ସମେତ ଉପଖଣ୍ଡର ସମସ୍ତ ମିଲର, ସମସ୍ତ ଲ୍ୟାମ୍ପସର ପରିଚାଳନା ନିର୍ଦେଶକ, ଜିଲ୍ଲା ଧାନସଂଗ୍ରହ କମିଟି ସଦସ୍ୟ ମଦନ ମୋହନ ମହାନ୍ତ, ଧାନ ସଂଗ୍ରହ ରେ ନିୟୋଜିତ ହେବାକୁ ଥିବା କର୍ମଚାରୀ ମାନେ ଉପସ୍ଥିତ ଥିଲେ ବୈଠକରେ ଆସନ୍ତା ୨୪ ତାରିଖରୁ ଧାନ ସଂଗ୍ରହ ଉପରେ ଆଲୋଚନା ହୋଇଥିଲା ବୈଠକରେ ମୁଖ୍ୟତଃ ରାଜ୍ୟ ସରକାରଙ୍କ ଦ୍ୱାରା ହୋଇଥିବା ଘୋଷଣା ଅନୁଯାୟୀ କଟନୀ ଛଟନୀ ନହେବା ଉପରେ ଆଲୋଚନା ହୋଇଥିବା ଓ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଉପରେ ଆଲୋକପାତ ହୋଇଥିବା ସୂଚନା ମିଳିଛି ନୂତନ ସରକାର ଆସିବା ପୂର୍ବରୁ ବିଜେପି ତାର ନିର୍ବାଚନୀ ଘୋଷଣା ପତ୍ରରେ କଟନୀ ଛଟନୀ ନହେବା ଚାଷୀଙ୍କୁ ନ୍ୟାୟ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଥିଲା ଓ ଧାନର ସହାୟକ ମୂଲ୍ୟ ୩୧ ଶହ ଟଙ୍କା କରାଯିବାର ପ୍ରତିଶୃତି ମଧ୍ୟ ଦିଆଯାଇଥିଲା ରାଜ୍ୟରେ ମୋହନ ମାଝୀଙ୍କ ନେତୃତ୍ୱରେ ନୂତନ ସରକାର ଗଠନ ପରେ ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ୮ ଶହ ଟଙ୍କା ଇନପୁଟ ସବସିଡି ଓ ଧାନର ସହାୟକ ମୂଲ୍ୟ ୨୩ ଶହ ଟଙ୍କା କୁମିଶାଇ ଧାନକ୍ୱିଣ୍ଟାଲ ପିଛା ସର୍ବମୋଟ ୩୧ ଶହ ଟଙ୍କା ଘୋଷଣା କରିଥିଲେ ରାଜ୍ୟ ସରକାର
ମଣ୍ଡି ରେ ମଣ୍ଡିରେ ୩ ପ୍ରକାର ମେସିନ୍ ବ୍ୟବହାର କରାଯିବ ବୋଲି ସୂଚନା ମଧ୍ୟ ଦିଆଯାଇଥିଲା ଏଥି ମଧ୍ୟରୁ ଧାନର ଆର୍ଦ୍ରତା ମାପିବା ପାଇଁ ଡିଜିଟାଲ ମୟୂରାଉନର୍ ମେମିନ, ଧାନକୁ ସଫା କରିବା ପାଇଁ “ପେଡି କ୍ଲିନର ମେସିନ,ଧାନ ନିରୂପଣ କରିବା ପାଇଁ ଏ ୱାନ୍ ଗ୍ରେନ୍ ଅନାଲାଇଜର ମେସିନ୍ ବ୍ୟବହାର ପାଇଁ ନିଷ୍ପତି ନିଆଯାଇଥିଲା ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ରେ ମଧ୍ୟ ଏବିଷୟ ରେ ଆଲୋଚନା ହୋଇଥିଲା
ମିଳିଥିବା ସୂଚନା ଅନୁଯାୟୀ ଧାନର ଆର୍ଦ୍ରତା ମାପିବା ପାଇଁ ଜିଲ୍ଲାରେ ୧୨୦ଟି ଡିଜିଟାଲ ମୟୂରାଉନର୍ ମେମିନ ପହଞ୍ଚି ଯାଇଛି। ସେହିପରି ଧାନକୁ ସଫା କରିବା ପାଇଁ ୮ଟି “ପେଡି କ୍ଲିନର ଆସିଥିବା ବେଳେ ପରବର୍ତ୍ତୀ ସମୟରେ ଆଉ ଗୋଟିଏ ମେସିନ୍ ଆସିବ ବୋଲି ସୂଚନା ରହିଛି! ହେଲେ ଚାଷୀଙ୍କ ଏଫଏକ୍ୟୁ ମାନ ଧାନ ନିରୂପଣ କରିବା ପାଇଁ ଯେଉଁ ଏ ୱାନ୍ ଗ୍ରେନ୍ ଅନାଲାଇଜର ମେସିନ୍ ଆବଶ୍ୟକ ତାହା ଏଯାଏ ପହଞ୍ଚିନି ଏହି ମେସିନ୍ ନ ପହଞ୍ଚିଲେ ଏଫଏକ୍ୟୁ ଧାନ କେମିତି ନିରୂପଣ ହେବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ପାଞ୍ଚପିଢ଼ ଉପଖଣ୍ଡ ରେ ୮ଟି ଲ୍ୟାମ୍ପସ ର କୋଡିଏ ଟି ମଣ୍ଡି ରହିଛି ଉପଖଣ୍ଡ କୁ ଗୋଟିଏ ମାତ୍ର ଗ୍ରେଡ଼ ଅନାଲାଇଜର ମେସିନ ଆସିବାକୁ ନିଷ୍ପତି ହୋଇଛି
ଗୋଟିଏ ଗ୍ରେଡ଼ ଅନାଲାଇଜର ମେସିନ ରେ କିଭଳି ୮ଟି ଲ୍ୟାମ୍ପସ ର କୋଡିଏ ଟି ମଣ୍ଡି ରେ ଚାଷୀ ଙ୍କ ଏଫଏକ୍ୱିୟୁ ମାନର ଧାନ ଚି଼ହ୍ନଟ ହେବ ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି
ଫଳରେ ପୂର୍ବବର୍ଷ ଭଳି ଏଥର ବି ଧାନର ମାନ ଚିହ୍ନଟକୁ ନେଇ ଚାଷୀ ଓ ମିଲରଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଉପୁଜିବାର ଆଶଙ୍କା ରହିଛି
ଧାର୍ଯ୍ୟ ସମୟରେ ଏହି ମେସିନ୍ ଅଧିକ ନ ଆସିଲେ ପୂର୍ବ ବର୍ଷମାନଙ୍କରେ ମଣ୍ଡିରେ ଯେଉଁ ମାନଦଣ୍ଡ ଅନୁଯାୟୀ ଧାନର ମାନ ନିର୍ଦ୍ଧାରଣ କରୁଥିଲେ ସେହିଭଳି ଢଙ୍ଗ ରେ ଧାନ ଚିହ୍ନଟ କରିବେ ବୋଲି ପ୍ରଶାସନ ପ୍ରସ୍ତୁତ ହେଉଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି । ପୂର୍ବ ବର୍ଷର ବ୍ୟବସ୍ଥାକୁ ମାନିଲେ ଏଥର ବି କଟନି ଛଟ୍ନୀ ଜାରି ରହିବ ବୋଲି ଚାଷୀମାନେ ଅଭିଯୋଗ କଲେଣି। ସେହିପରି ଜିଲ୍ଲାକୁ ମାତ୍ର ୬ଟି ଗ୍ରେନ୍ ଆଳାଲାଇନର୍ ମେସିନ୍ ଆସିବାକୁ ଅଛି ଏହି ୬ଟି ମେସିନ୍ରେ ଜିଲ୍ଲାଯାକର ଧାନର ମାନ କେମିତି ନିର୍ଦ୍ଧାରଣ ହେବ ସେନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏହାର ଫାଇଦା ନେଇ ପୁଣି ମିଲର ଓ ଅଧିକାରୀ, ଦଲାଲ ଲାଭବାନ ହେବାସହିତ ଚାଷୀ ନ୍ୟାୟ ପାଇବାରୁ ବଞ୍ଚିତ ହେବେ
ପୁଣି ପୂର୍ବବର୍ଷ ମାନଙ୍କ ଭଳି କ୍ୱିଣ୍ଟାଲ ପିଛା ୬ ରୁ ୮ କିଗ୍ରା ଧାନ କଟନୀ ଛଟନୀ ହେବା ଆଶଙ୍କା ଚାଷୀ ଙ୍କୁ ଘାରିଲାଣି ଏବେ ଦେଖିବାକୁ ବାକିରହିଲା ଉପଖଣ୍ଡ କୁ କେତଟି ଗ୍ରେଡ ଆନାଲାଇଜର୍’ ମେସିନ ଆସୁଛି ଓ କେତେ ଚାଷୀଙ୍କ ଧାନର ମାନ ନିର୍ଣ୍ଣୟ କରାଯାଇ ତାଙ୍କୁ ସରକାର ଙ୍କ ନିର୍ଦ୍ଧାରିତ ୩୧ ଶହ ଟଙ୍କା ପ୍ରଦାନ କରାଯାଉଛି କେତେ ଚାଷୀ ପୁଣି ମିଲର ଓ ଅଧିକାରୀ ଙ୍କ ଦ୍ୱାରା ଲୁଟ( କଟନୀ ଛଟନୀ) ର ଶିକାର ହେଉଛନ୍ତି କିମ୍ବା ରାଜ୍ୟ ସରକାର ନ୍ୟାୟ ପ୍ରଦାନ କରୁଛନ୍ତି.


