ଥାନା ଅଧିକାରୀଙ୍କୁ ବିଦାୟୀ କାଳୀନ ସମ୍ବର୍ଦ୍ଧନା

କଣାସ, (ପାହାନ୍ତା ସିଂହ ଅଜଂଳୀ ସାହୁ):ପୁରୀ ଜିଲ୍ଲା କଣାସ ଥାନା ପକ୍ଷରୁ ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀଙ୍କୁ ବିଦାୟୀ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି ।ଏହି ସମ୍ବର୍ଦ୍ଧନା ଉତ୍ସବରେ ପୁରୀ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ଚରଣ ପତି ,ପିପିଲି ଏସଡିପିଓ ବିରଞ୍ଚି ନାରାୟଣ ପତି,କଣାସ ବିଡ଼ିଓ ନାରାୟଣ ସାହୁ,ତହସିଲଦାର ହିମାଂଶୁ ଶେଖର ଗିରି,ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ ଓ ଗଡିଶାଗୋଦା ଥାନା ଅଧିକାରୀ ଦୂର୍ଗା ଚରଣ ମହାପାତ୍ର ଅତିଥିଭାବେ ଯୋଗ ଦେଇଥିଲେ ।ଅତିଥି ଓ ଅନ୍ୟମାନେ କହିଥିଲେ ଶ୍ରୀ ତ୍ରିପାଠୀ ଜଣେ ଦକ୍ଷ ପୁଲିସ ଅଧିକାରୀ ଭାବେ କଣାସ ଅଞ୍ଚଳରେ କାର୍ଯ୍ୟ କରି ସମସ୍ତଙ୍କର ପ୍ରିୟ ପାତ୍ର ହୋଇପାରିଥିଲେ ।ସାଧାରଣ ନିର୍ବାଚନ ଓ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସେ ସେ ବେଶ୍ ସୁନାମ ଅର୍ଜନ କରିଥିଲେ ।ଶ୍ରୀ ତ୍ରିପାଠୀଙ୍କର ପୁରୀ ଜିଲ୍ଲାରୁ ଯାଜପୁର ଜିଲ୍ଲାକୁ ବଦଳି ହୋଇଥିବାରୁ ତାଙ୍କ କର୍ମମୟ ଜୀବନ ସୁଖ ଶାନ୍ତିରେ କଟୁ ବୋଲି ସମସ୍ତେ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥଲେ ।ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସମୀର କେଶରୀ ବଳିଆରସିଂହ,ବିଭୂତି ଭୂଷଣ ତ୍ରିପାଠୀ,ଶ୍ରୀକାନ୍ତ ପାଟ୍ଟଯୋଶୀ, ଏସଆଇ ଦେବୀ ପ୍ରସାଦ ଲେଙ୍କା,ରବି ସାମନ୍ତରାୟ,ସରୋଜ କାନ୍ତ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ