ଅଦିନିଆ ବର୍ଷାରେ ଧାନ ଫସଲ କ୍ଷତିପୂରଣ ପ୍ରଦାନ ପାଇଁ ଗଜପତି ଜିଲ୍ଲାପାଳଙ୍କୁ ସାକ୍ଷାତ କଲେ ଚାଷୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଧାନ ଫସଲ ଅମଳ ସମୟରେ ଗଜପତି ଜିଲ୍ଲାରେ ଅଦିନିଆ ବର୍ଷା ଯୋଗୁଁ ପାଚିଲା ଧାନ ଫସଲ ନଷ୍ଟ ହେବା ସହ ବେରଙ୍ଗି ହେବା ଆଶଙ୍କା କରି ଏହାର କ୍ଷତିପୂରଣ ପାଇଁ ଚାଷୀମାନେ ଗଜପତି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସେମାନଙ୍କ ଦୁଃଖ ଜଣାଇବା ସହ ଆବଶ୍ୟକ କ୍ଷତିପୂରଣ ପ୍ରଦାନ ପାଇଁ ନିବେଦନ କରିଛନ୍ତି. ଏଠାରେ ସୂଚନାଯୋଗ୍ୟଯେ, କ୍ଷତି ଗତ ୧୮ ତାରିଖ ସନ୍ଧ୍ୟାରୁ ଗଜପତିରେ ଅଦିନିଆ ବର୍ଷା ଲାଗି ରହିଛି। ଏଠାରେ ପ୍ରାୟ ୫୦୦ମିମି ବର୍ଷା ରେକର୍ଡ଼ ହୋଇଛି । ଏହି ଲଗାଣ ବର୍ଷାରେ ପାଚିଲା ଧାନ ସମ୍ପୂର୍ଣ୍ଣ ଭାବେ ନଷ୍ଟହେବା ସହ ବେରଙ୍ଗି ହେବା ଆଶଙ୍କା କରାଯାଇଛି । ସରକାରଙ୍କ ନିୟମ ଅନୁଯାୟୀ ଏଫ୍ଏକ୍ୟୁ ମାନର ନହେଲେ ସରକାର ମଣ୍ଡିରେ ଧାନକ୍ରୟ କରିବେ ନାହିଁ। ଏଭଳି ସ୍ଥିତିରେ ଏହି ଅଦିନିଆ ବର୍ଷା ସମ୍ପୂର୍ଣ୍ଣ ଭାବେ ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି। ଅଦିନିଆ ବର୍ଷାରେ ନଷ୍ଟ ହୋଇଥିବା ଧାନକୁ ସରକାର କିଣିବା ସହ ଚାଷୀଙ୍କୁ କ୍ଷତି ପୂରଣ ପ୍ରଦାନ କରିବା ଦାବିରେ ଆଜି ଗୋଷାଣୀ ବ୍ଳକ ବଡ଼ଗାଁ ଅଞ୍ଚଳର ପ୍ରାୟ ୨୦୦ରୁ ଅଧିକ ଚାଷୀ ଜିଲ୍ଲାପାଳଙ୍କୁ ସାଯାତ କରି ଲିଖିତ ଭାବେ ଅଭିଯୋଗ କରି କହିଛନ୍ତି। ଚାଷୀର ସମସ୍ତ ଋଣଛାଡ କରିବା ସହ ସେମାନଙ୍କୁ ଯଥାଶୀଘ୍ର କ୍ଷତିପୂରଣ ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ