ବୀରତା ଦିବସ ଅବସରରେ ଚୂଡାନ୍ତ ପ୍ରସ୍ତୁତି ବୈଠକ

ବରଗଡ଼, (ଯୁଗାବ୍ଦ ନ୍ୟୁଜ):ଆଜି ଗୁରୁବାର ଦିନ ସ୍ଥାନୀୟ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ରେ ସଭାପତି ପ୍ରମୋଦ ଝାଙ୍କର ଙ୍କ ସଭାପତିତ୍ବରେ ସହିଦ ମାଧୋ ସିଂ ଙ୍କ ଜୟନ୍ତୀ ଅବସରରେ ବୀରତା ଦିବସ ପାଳନ କରାଯିବାକୁ ଏକ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି !ଆସନ୍ତା ୩୧.୧୨.୨୦୨୪ ଦିନ ବୀର ମାଟି ଘେଁସ ରୁ ଏକ ମସାଲ ଶୋଭାଯାତ୍ରା ବାହାରି ବରଗଡ଼ ସମଲେଶ୍ଵରୀ ମନ୍ଦିର କାଳୀ ମନ୍ଦିର ଦେଇ ଗାନ୍ଧୀଛକ ଏବଂ ଗାନ୍ଧୀଛକ ରୁ ଜିଲ୍ଲପାଳ ଫ୍ଲାଗ ଅଫ ପରେ ହଳଦୀପାଳି ବୀର ଛକ ପର୍ଯ୍ୟନ୍ତ ଗଣ ଦୈାଡ ଅନୁଷ୍ଠିତ ହେବ ! ବୀର ଛକରେ ମସାଲ କୁ ସସମ୍ମାନେ ସ୍ଥାନୀତ କଲାପରେ ଶହିଦ ମାଧୋ ସିଂ ଜୀବନୀ ଉପରେ ବକ୍ତବ୍ୟ ପ୍ରଦାନ କରାଯିବ ଏବଂ ଏ ସଂମ୍ପର୍କରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବ !ଆଜିର ଏହି କାର୍ଯ୍ୟକ୍ରମକୁ ବରଗଡ଼ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା ସଂଯୋଜନା କରିଥିବା ବେଳେ ସର୍ବଶ୍ରୀ କେଦାର ମିଶ୍ର,ଭରତ ଦାଶ, ଗୋବିନ୍ଦ ଦାଶ, ସୁରେନ୍ଦ୍ର ପଣ୍ଡା,ରବି ପଣ୍ଡା, ପାଣ୍ଡବ କର୍ଣ୍ଣ,ଦେବୀ ପଟ୍ଟନାୟକ, ପ୍ରଶନ୍ନ ପ୍ରଧାନ,ହେମ ସାଗର ମହାପାତ୍ର,ଶ୍ରୀମୁଖ ପ୍ରଧାନ,ଗିରିଶ ମାଝୀ, ବିକାଶ ଅଗ୍ରୱାଲ , ତୁଳସୀ ଚରଣ ଦାଶ ଆଦି ଯୋଗଦେଇ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ