ମାଧ୍ୟମିକ ବିଦ୍ୟାଳୟ କର୍ମଚାରି ସଂଘ ଦ୍ଵାରା ଓଡ଼ିଶା କ୍ୟାଲେଣ୍ଡର ଉନ୍ମୋଚିତ
କୋରାପୁଟ (ହେମନ୍ତ କୁମାର ପାଣଗ୍ରାହୀ) ମାଧ୍ୟମିକ ବିଦ୍ୟାଳୟ କର୍ମଚାରି ସଂଘ ଓଡ଼ିଶା ର କ୍ୟାଲେଣ୍ଡର ଆଜି ବୋରିଗୁମ୍ମା ଠାରେ ଉନ୍ମୋଚିତ ହୋଇଯାଇଛି। ପ୍ରଥମେ ବୋରିଗୁମ୍ମା ହନୁମାନ ମନ୍ଦିର ରେ ପୂଜାର୍ଚ୍ଚନା କରିବା ସହିତ ପ୍ରଭୁ ହନୁମାନ ଙ୍କ ନିକଟରେ କ୍ୟାଲେଣ୍ଡର ଅର୍ପଣ କରିବା ପରେ ଶ୍ରୀ ଶଶୀ ଭୂଷଣ ଦାଶ୍ ସଭାପତି କ୍ୟାଲେଣ୍ଡର ଉନ୍ମୋଚନ କରିଥିଲେ।କ୍ୟାଲେଣ୍ଡର ଏକ ନୂତନ ଧରଣର ହେବା ସହିତ ପ୍ରଥମ ଥର ପାଇଁ ଏହିଭଳି କ୍ୟାଲେଣ୍ଡର ସଂଘ ଦ୍ବାରା କରାଯାଇଥିବା ସଭାପତି ଶ୍ରୀ ଦାଶ୍ ପ୍ରକାଶ କରିଛନ୍ତି।ଉକ୍ତ କ୍ୟାଲେଣ୍ଡର ରେ କାର୍ଯ୍ୟାଳୟ ର ଛୁଟି ତାଲିକା, ସମସ୍ତ ବିଦ୍ୟାଳୟ ର ଛୁଟି ତାଲିକା ସହିତ କାର୍ଯ୍ୟାଳୟ ଓ ବିଦ୍ୟାଳୟ ରେ କାର୍ଯ୍ୟରତ କର୍ମଚାରୀଙ୍କ ନିମନ୍ତେ ଇଛାଧିନ ଛୁଟି ତାଲିକା ପ୍ରକାଶ ପାଇଛି। ଉନ୍ମୋଚନ କାର୍ଯ୍ୟକ୍ରମରେ ଶ୍ରୀ ବୃନ୍ଦାବନ ପଣ୍ଡା ମୁଖ୍ୟ ଉପଦେଷ୍ଟା, ଶ୍ରୀ କିଶୋର ଚନ୍ଦ୍ର ସାହୁ କାର୍ଯ୍ୟକାରୀ ସଭାପତି ଓଡ଼ିଶା ଅଣ ଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ଙ୍କ ସମେତ ଅନ୍ୟ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।