ରାଞ୍ଚି ଵିଜୟଓ୍ବାଡା ଜାତୀୟ ରାଜପଥ ମରଣଯନ୍ତା
ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ସାରା ଓଡ଼ିଶାରେ •ସଡକ ସୁରକ୍ଷା ସପ୍ତାହଵ୍ଯାପୀ ଜାନୁଆରୀ ପହିଲାରୁ ଆରମ୍ଭ ହୋଇଛି ।ଆଜି ତୃତୀୟ ଦିନ ।ହେଲେ ସଡ଼କ ସୁରକ୍ଷା ଗୋଟାଏ ପାଖରେ ଚାଲିଛି ତ ଦୁର୍ଘଟଣା ଅପରପକ୍ଷରେ ଚାଲିଛି । ଆଜି ସଂଧ୍ୟାର ୬ ଟା ପାଖାପାଖି ସମୟରେ ରାଞ୍ଚି – ବିଜୟୱାଡା ୨୨0 ନମ୍ବର ଜାତୀୟ ରାଜପଥରେ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଭାଲୁଵସା ରାଣୀବନ୍ଧ ଜଳାଶୟ ପାଖ ପୋଲ ପାଖରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।ବସ ଧକ୍କାରେ ସାଇକେଲ ରେ ଯାଉଥିବା ବୃଦ୍ଧ ଚାଷୀର ପ୍ରାଣବାୟୁ ଉଡି ଯାଇଥିଲା ।ରକ୍ତ ଜୁଡୁଵୁଡୁ ଅବସ୍ଥାରେ ରାସ୍ତା ପଡିଛି ।ମୁଣ୍ଡ ଫାଟି ରାସ୍ତା ଲାଲ ହୋଇଯାଇଛି । ଏହାକୁ ନେଇ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ୩.୩୦ ଘଣ୍ଟା ଧରି ରାସ୍ତାରୋକ କରିଥିଲେ । ସୂଚନାଯୋଗ୍ୟ ଏକ ଘରୋଇ ଵସ ସଦାଶିବ(OR-09N-7307) ହୋଇଥିବା ବେଳେ ବସ ଟି କରଞ୍ଜିଆ ରୁ ତିରିଂ ପଣ୍ଡୁପାଣି କୁ ଯାଉଥିଲା ହଠାତ୍ ସାମ୍ନା ପଟୁ ଏକ ସାଇକେଲ ଚାଳକ ସହ ଧକ୍କା ହେବାଯୋଗୁଁ ଦୁର୍ଘଟଣା ଘଟିଥିଲା ମୃତକ ହେଉଛନ୍ତି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ପଡାଡ଼ିହା ଗ୍ରାମର ସୁରୁ ସିଂ ( 55)ବୋଲି ଜଣା ପଡିଛି | ସେ ଭାଲୁଵସା ଵଜାରରୁ ପରିବାପତର ସୌଦା ନେଇ ଘରକୁ ଫେରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ରାଇରଙ୍ଗପୁର ତହସିଲଦାର ବିଶ୍ଵନାଥ ବିଶ୍ଵାଳ, ରାଇରଙ୍ଗପୁର ଗ୍ରାମାଞ୍ଚଳଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ମୃତକ ପରିବାରବର୍ଗଙ୍କୁ ରେଡକ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କା ପ୍ରଦାନ କରିବା ସହ ସରକାରଙ୍କ ଗାଇଡ ଲାଇନ ଅନୁସାରେ ଅନ୍ୟାନ୍ୟ ସରକାରୀ ସହାୟତା ପ୍ରଦାନ କରାଯିବାକୁ ପ୍ରତିଶ୍ରୁତି ଦେବା ଫଳରେ ଧାରଣାକାରୀ ରାସ୍ତା ଅବରୋଧରୁ କହିଥିଲେ ।ରାଣୀଵନ୍ଧ ଜଳାଶୟ ପାଖରେ ଜାତୀୟ ରାଜପଥ ରାସ୍ତାର ଅଧା କଂକ୍ରିଟ ହୋଇ ପଡିରହିଛି । ତେଣୁ ପୋଲ ପାଖରେ ଅଣଓସାରିଆ ରାସ୍ତା ଯୋଗୁଁ ବସ ଟି ପୋଲ ପାଖରେ ଯାଇ ନପାରି ଓ୍ବାନ ଓ୍ବେରେ ଯାଉଥିବା ସମୟରେ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଜାତୀୟ ରାଜପଥରେ ମନ୍ଥର ଗତିରେ ରାସ୍ତା ନିର୍ମାଣ କାମ ଯୋଗୁଁ ଏବଂ ଏନଏଚଏଆଇ କତୃପକ୍ଷ ଙ୍କ ଦାୟିତ୍ୱହୀନତା ଯୋଗୁଁ ଏହି ରାସ୍ତାରେ ସବୁବେଳେ ଛୋଟବଡ ଦୁର୍ଘଟଣା ଘଟୁଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି ।ସଡ଼କ ସୁରକ୍ଷା ସପ୍ତାହରେ ଏହି ଜାତୀୟ ରାଜପଥରେ ଯଶିପୁର ପାଖରେ ଏକ ଶିଶୁର ଟ୍ରକ ଧକ୍କାରେ ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ବସ୍ ଧକ୍କାରେ ଏକ ନିରିହ ବୃଦ୍ଧ ଚାଷୀର ମୃତ୍ୟୁ ସାଧାରଣ ଜନତାଙ୍କ ଚିନ୍ତା ବଢାଇ ଦେଇଛି ।