ସର୍ପାଘାତ ଜନିତ ମୃତ୍ୟୁହାର କମାଇବା ନିମନ୍ତେ ଆଲୋଚନା ଚକ୍ର

ବେତନଟୀ (ଉଦିତ କୁମାର ପରିଡା ) : ଓଡିଶା ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ ଓସଡ଼ମା ଏବଂ ଓଡିଶା ମାଧ୍ୟମିକ ଶିକ୍ଷା କାର୍ଯ୍ୟକ୍ରମ ( ଓସେପା) ଆନୁକୂଲ୍ୟରେ କୃଷ୍ଣଚନ୍ଦ୍ର ଶିକ୍ଷାନିକେତନ ସରକାରୀ ଉଚ୍ଚ ବିଦ୍ୟାଳୟ ପାଟଳୀପୁରାରେ ସର୍ପ ଆଘାତ ଜନିତ ମୃତ୍ୟୁହାର କମ କରିପାରିବା ସଚେତନତା ସୃଷ୍ଟି ନିମନ୍ତେ ଏକ ଆଲୋଚନା ଚକ୍ର ପ୍ରଧାନ ଶିକ୍ଷକ ସତ୍ୟରଞ୍ଜନ ସାହୁଙ୍କର ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ସ୍ନେକ ଲାଇନ ର ପ୍ରଶିକ୍ଷିତ କର୍ମୀ ସମାଜ ସେଵୀ ଯତୀନ୍ଦ୍ର ନାଥ ନାୟକ, ମୁଖ୍ୟ ବକ୍ତା ଭାବରେ ବିଦ୍ୟାଳୟର ଆଲୁମିନୀ ସଭାପତି ସର୍ବେଶ୍ୱର ମହାନ୍ତି, ଯୋଗଦାନ କରି ଛାତ୍ର ଛାତ୍ରୀ ମାନେ ତଥା ସେମାନଙ୍କର ପରିବାର ବର୍ଗ ସର୍ପଘାତରୁ କିପରି ରକ୍ଷା ପାଇ ପାରିବେ ଶିକ୍ଷା ଓ ସଚେତନତା ସୃଷ୍ଟି କରିଥିଲେ। ପ୍ରାରମ୍ଭରେରେ କ୍ରୀଡାଶିକ୍ଷକ ଗିରିଜା ଶଙ୍କର ମାହାର୍ଣ୍ଣା ଅତିଥିମାନଙ୍କର ପରିଚୟ ପ୍ରଦାନ ତଥା ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ତଥା ଓଷ୍ଟା ବେତନଟୀ ବ୍ଲକ ସଭାପତି ଶିଶିର କୁମାର ନାୟକ ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ସଭାର ଆଭିମୁଖ୍ୟ ବିଷୟରେ ସୂଚନା ଦେଇଥିଲେ l ଆଲୋଚନା ଚକ୍ରକୁ ପରିଚାଳନା କରିଥିଲେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ତଥା ରାଜ୍ୟ ଜୁନିୟର ରେଡକ୍ରସ, ଓଡିଶାର ସିନିଅର ରିଶୋର୍ସପର୍ସନ ଡ଼କ୍ଟର ରମାକାନ୍ତ ମହାନ୍ତ l ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ ଚତୁର୍ଭୁଜ ମଲ୍ଲିକ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ