ନାଗରିକତ୍ବ ସଂଶୋଧନ ଆଇନ ସମ୍ପର୍କରେ ନଡ୍ଡାଙ୍କ ରୁଦ୍ଧଦ୍ବାର ବୈଠକ

ନୂଆଦିଲ୍ଲୀ : ନାଗରିକତ୍ବ ସଂଶୋଧନ ଆଇନ ନେଇ ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଏକ ରୁଦ୍ଧଦ୍ବାର ବୈଠକ ଅନୁଷ୍ଠତି ହୋଇଛି । ଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ବୈଠକରେ ବିଜେପିର ସାଧାରଣ ସମ୍ପାଦକ ବିଏଲ୍‌ ସନ୍ତୋଷ ମଧ୍ୟ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲ, ମୁଖ୍‌ତାର ଆବ୍ବାସ୍‌ ନକ୍‌ଭୀ, କିରେଣ ରିଜ୍‌ଜୁ, ଅର୍ଜୁନ ରାମ ମେଘଓ୍ବାଲ, ଏବଂ ଗଜେନ୍ଦ୍ର ସିଂ ଶେଖାଓ୍ବାତ ଉପସ୍ଥିତ ଥିଲେ । ସାଂସଦମାନଙ୍କ ମଧ୍ୟରେ ଲଦାଖ ସାଂସଦ ଜାମ୍ୟାଙ୍ଗ ସେରିଙ୍ଗ ନାମଗ୍ୟାଲ, ରାଜୀବ ଚନ୍ଦ୍ରଶେଖର ଏବଂ ଜିବିଏଲ୍‌ ନରସିଂହ ରାଓ ଉପସ୍ଥିତ ଥିଲେ । ଏଥିରେ ସିଏଏକୁ ନେଇ ଜନସାଧାରଣଙ୍କ ନିକଟରେ ପହଞ୍ଚିବା ସମ୍ପର୍କରେ ଆଲୋଚନା ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ