ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନର ୧୪ତମ ପ୍ରତିଷ୍ଠା ଦିବସ ଅବସରରେ ଶଙ୍କରପୁର ଗ୍ରାମରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର

ଚୌଦ୍ୱାର, (ଦୀପକ୍ କୁମାର ବେଉରା):ଇମ୍ଫାର ସାମାଜିକ ଦ୍ୱାୟିତ୍ୱବୋଧ ଶାଖା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନର ୧୪ତମ ପ୍ରତିଷ୍ଠା ଦିବସ ଆସନ୍ତା ୧୪ ତାରିଖରେ ଅନୁଷ୍ଠିତ ହେବା ପରିପ୍ରେକ୍ଷୀରେ ଆଜି ଚୌଦ୍ୱାର ଅଞ୍ଚଳର ଶଙ୍କରପୁର ସ୍ଥିତ ଗାନ୍ଧୀ ନୋଡାଲ ବିଦ୍ୟାପୀଠ ପରିସରରେ ଏକ ମାଗଣା ସ୍ୱାସ୍ଥ ସେବା ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମଟିକୁ ପୂର୍ବତନ ବିଧାୟକ ଶ୍ରୀ ଧର୍ମାନନ୍ଦ ବେହେରା ଓ ଇମ୍ଫାର ପାୱାର ପ୍ଲାଣ୍ଟ ପରିଚାଳନା ମୁଖ୍ୟ ଶ୍ରୀ ଲଲାଟ କିଶୋର ମହାପାତ୍ର ଉଦଘାଟନ କରିବା ସମୟରେ ସ୍ତାନୀୟ ସମିତି ସଭ୍ୟ ସୁକାନ୍ତ ରାଉତ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରଦ୍ଧାଞ୍ଜଳି ସେନାପତି ପ୍ରମୁଖ ଉପସ୍ଥିତ ଥିଲେ। ଇମ୍ଫାର ଅଧିକାରୀ ମାନଙ୍କ ମଧ୍ୟରେ ନିରଞ୍ଜନ ସାହୁ, ମାନସ ପ୍ରଧାନ, ସରୋଜ ସାହୁ, ପ୍ରଦ୍ୟୁମ୍ନ ତ୍ରିପାଠୀ, ଅଶାନ୍ତ ବେହେରା, ଲୋକସଂପର୍କ ଅଧିକାରୀ ଅଭିଷେକ ଘୋଷ ଆଦି ଉପସ୍ଥିତ ଥିଲେ। ଏହି ସ୍ୱାସ୍ଥ୍ୟ ଶିବିରରେ ଅବିଜ୍ଞ ୫ ଜଣ ଡାକ୍ତର ଯଥା ଅସ୍ଥିଶଲ୍ୟ, ଚର୍ମ, ବେଷଜ ଓ ସ୍ତ୍ରୀ ଓ ପ୍ରସୂତୀ ବିଭାଗର ସାହାଯ୍ୟରେ ୪୦୦ରୁ ଉର୍ଦ୍ଧ ରୋଗୀଙ୍କୁ ମାଗଣା ସ୍ୱାସ୍ଥ ପରୀକ୍ଷା କରିବା ସହ ମାଗଣା ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲା। ଏହା ସହିତ ଗାନ୍ଧୀ ନୋଡାଲ ବିଦ୍ୟାପୀଠରେ ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ଦ୍ୱାରା ନିର୍ମିତ ଏକ ସାଇକେଲ ଷ୍ଟାଣ୍ଡ ମଧ୍ୟ ଉଦ୍ଘାଟିତ ହୋଇଥିଲା। ଶଙ୍କରପୁର ଅଂଚଳରେ ଇମ୍ଫାର ଏହିଭଳି କାର୍ଯ୍ୟକ୍ରମକୁ ସ୍ଥାନୀୟ ଲୋକେ ଖୁବ ପ୍ରଶଂସା କରିଥିଲେ ଓ କାର୍ଯ୍ୟକ୍ରମକୁ ବଜାୟ ରଖିବା ପାଇଁ ମଧ୍ୟ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ତରଫରୁ ସ୍ଥିତପ୍ରଜ୍ଞ ଦାସ, ପିଙ୍କି ସାହୁ, ମନୋଜ ମହାପାତ୍ର, ସୌଭାଗ୍ୟ ପ୍ରଧାନ ସହ ଇମ୍ଫାରୁ ସ୍ବେଚ୍ଛାକୃତ ଭାବେ ୧୦ ଜଣ ସ୍ବେଚ୍ଛାସେବୀ ପରିଚାଳନା କରିବା ବେଳେ ବରିଷ୍ଠ ଲୋକସମ୍ପର୍କ ଅଧିକାରୀ ମାନସ ବସନ୍ତିଆ ସଂଯୋଜନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ