ଅପହଞ୍ଚ ଗାଁ ଡାଙ୍ଗିସୀର ବିକାଶ ଲାଗି ରାଇକିଆ ବିଡିଓଙ୍କ ଗୁରୁତ୍ଵ 

ରାଇକିଆ, (ଆଦିତ୍ୟ ପ୍ରସାଦ ପାଢ଼ୀ): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ମାଣିକେଶ୍ଵର ପଞ୍ଚାୟତ ଅନ୍ତର୍ଗତ ଡାଙ୍ଗିସୀ ଗ୍ରାମକୁ ଯିବାକୁ ହେଲେ ରାଇକିଆ ସଦର ଠାରୁ ୨୫ କିମି ଦୂର ୭ କିମି ଜଙ୍ଗଲ ଘେରା ପାଦଚଲା ରାସ୍ତା ଅତିକ୍ରମ କରି ପହଞ୍ଚିବାକୁ ପଡିଥାଏ । ଜଙ୍ଗଲ ଓ ପାହାଡ ଘେରା ମଧ୍ୟରେ ଥିବା କନ୍ଧମାଳ – ଗଞ୍ଜାମ ସୀମାନ୍ତର ଏହି ଗ୍ରାମରେ ୧୪ ପରିବାରର ୫୦ରୁ ଉର୍ଦ୍ଦ ଲୋକ ବସବାସ କରୁଛନ୍ତି । ଦାୟିତ୍ଵ ଗ୍ରହଣ କରିବାର ୭ ଦିନ ପରେ ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସବ୍ୟସାଚୀ ସାହୁ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବଣ୍ଟି ଚୌଧୁରୀ, କନିଷ୍ଠ ଯନ୍ତ୍ରୀ ବିକାଶ କୁମାର ନାୟକ ସହ ଡାଙ୍ଗିସୀ ଗ୍ରାମକୁ ଗ୍ରସ୍ତକରି ଗ୍ରାମବାସୀଙ୍କ ସମସ୍ୟା ପଚାରିବୁଝିଥିଲେ । ରାସ୍ତା ଗ୍ରାମବାସୀଙ୍କ ମୁଖ୍ୟ ସମସ୍ୟା ଥିବାରୁ ସେଠାରେ ସରକାରଙ୍କ ଯୋଜନା ସଠିକ ଭାବରେ ପହଞ୍ଚି ପାରୁନାହିଁ । ଶିକ୍ଷା, ସ୍ୱାସ୍ଥ୍ୟ ଭଳି ଜରୁରୀ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ ଏପରିକି ସର୍ବନିମ୍ନ ସ୍ୱାସ୍ଥ୍ୟ ସେବା ପାଇବାକୁ ହେଲେ ୨୫ କିମି ଦୂର ରାଇକିଆ ସହର ଉପରେ ସମସ୍ତେ ନିର୍ଭରଶୀଳ । ରାସ୍ତା କାମ ଅଧପାନ୍ତରିଆ ଭାବେ ରହିଯାଇଥିବାରୁ ଗାଁକୁ ଦୁଇଚକିଆ ଯାନ ମଧ୍ୟ ଠିକରେ ଯାଇପାରୁନାହିଁ ଘର ତିଆରି ସରଞ୍ଜାମ ନପହଞ୍ଚିପାରିବାରୁ ଗାଁରେ ସବୁ ଘର ମାଟି ଏବଂ କଚା ଘର ପାନୀୟ ଜଳ ଭାବେ ଗ୍ରାମବାସୀ ଚୁଆଁ ପାଣି ବ୍ୟବହାର କରୁଥିବା ବେଳେ ବର୍ତ୍ତମାନ କିନ୍ତୁ ମହାତ୍ମାଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ତିନୋଟି କୂପ ଖୋଳାଯାଇଅଛି । ସେଠାକାର ସ୍ଥିତି ଅନୁଧ୍ୟାନ କରିବା ପର ସରକାରଙ୍କ ବିଭିନ୍ନ ଯୋଜନା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ସହ ସ୍ଵଚ୍ଛ ପିଇବା ପାଣି, ଯୋଗ୍ୟ ହିତାଧିକାରୀ ମାନଙ୍କୁ ଭତ୍ତା ପ୍ରଦାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ସହ ଅଧାପନ୍ତରିଆ ରାସ୍ତାକୁ ଜିଲା ପ୍ରଶାସନ ସହ ଆଲୋଚନା କରି ଯେପରି ଯାନ ବାହାନ ଚଳାଚଳ ଉପଯୋଗୀ ହୋଇପାରିବ ସେ ଦିଗରେ ପ୍ରାଥମିକତା ଦେବା ସହ ଗ୍ରାମବାସୀଙ୍କୁ ତ୍ଵରିତ ସେବା ଯୋଗେଇବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ