ଉତ୍କଳ ଯାଦବ ମହାସଭା ରେ ଘିବିଲା ଭଉଣୀ ଙ୍କୁ ସମ୍ବର୍ଦ୍ଧନା

ବରଗଡ଼, (ଯୁଗାବ୍ଦ ନ୍ୟୁଜ):ଗତକାଲି ଉତ୍କଳ ଯାଦବ ମହାସଭା ର ରାଜ୍ୟ କାର୍ଯ୍ୟକାରୀଣି ବୌଠକ କଟକ ଠାରେ ଅନୁଷ୍ଠିତ ହୋଇଯାଇଛି ! ଏହି ପରିପ୍ରେକ୍ଷୀରେ ଉତ୍କଳ ଯାଦବ ମହାସଭା ର ସଭାପତି ତଥା ପୂର୍ବତନ ଓଡିଶା କ୍ରିକେଟଆସୋସିଏସନ ର ଜେନେରାଲ ସେକ୍ରେଟାରୀ ଡଂ ଆଶ୍ରୀବାଦ ବେହେରା ଜାତୀୟ ସ୍ବର୍ଣ୍ଣ ପଦକ ବିଜେତା ଖେଳାଳୀ ଅରୁଣା ଘିବିଲା ଓ ଅନୁପମା ଘିବାଲା ଙ୍କୁ ପୁଷ୍ପ ଗୁଛ ଓ ଉପଢ଼ୌକନ ଦେଇ ସମ୍ବର୍ନ୍ଧନା ଦେଇ ସମ୍ମାନିତ କରିଥିଲେ ଏହା ସହିତ ଅରୁଣା ଙ୍କୁ ଉତ୍କଳ ଯାଦବ ମହାସଭା ର କ୍ରିଡା ବିଭାଗ ସଦସ୍ୟ ଭାବେ ମୋନୋନୀତ କରି ଛନ୍ତି ଏହି ବୈଠକ ରେ କାର୍ଯ୍ୟକାରୀ ସଭାପତି ସୁବାଷ ଚନ୍ଦ୍ର ବେହେରା ,ବରିଷ୍ଠ ଉପସଭାପତି ଲମ୍ବୋଦର ନିଆଲ ,ପ୍ରମୁଖ ମହାସଚିବ କଣ୍ଟାବାଞ୍ଜି ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ବାଗ, କୋଷାଧ୍ୟକ୍ଷ କୃଷ୍ଣଚନ୍ଦ୍ର ବେହେରା , ରାଷ୍ଟ୍ରୀୟ ଯୁବ ଯାଦବ ସଭାପତି ଇଂ ପ୍ରଦୀପ ବେହେରା ,ରାଷ୍ଟ୍ରୀୟ ସଂପାଦକ ଶ୍ରୀଯୁକ୍ତ ରାଜୁ ଘିବେଲା ଏବଂ ଅନ୍ୟାନ ସମସ୍ତ କର୍ମକର୍ତ୍ତା ତଥା ଯାଦବ ଭାଇ ଏବଂ ଭଉଣୀ ଉପସ୍ଥିତ ଥିଲେ !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ