୨୩ ତମ ବିଜେଡି ପ୍ରତିଷ୍ଠା ଦିବସ ପାଳନ
ଛତ୍ରପୁର, (ଦେବଦତ୍ତ ମହାରଣା) : ୨୩ ତମ ବିଜେଡି ପ୍ରତିଷ୍ଠା ଦିବସ ଅବସରରେ ଛତ୍ରପୁର ସ୍ଥିତ ତାମ୍ପରା ହ୍ରଦ ଠାରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା,ଓ ଛତ୍ରପୁର ବ୍ଲକ ବିଜେଡି ସଭାପତି ସପନେଶ୍ୱର ନାହାକଙ୍କ ସଭାପତିତ୍ୱ ରେ ଗଂଜାମ ବ୍ଲକ ବିଜେଡି ସଭାପତି ଇନ୍ଦ୍ରମଣି ଦଳାଇଙ୍କ ସଂଯୋଜନାରେ ନିର୍ବାଚନମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳର ସମାବେଶ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇ ଶିଶୁ ଠାରୁ ବୃଦ୍ଧଙ୍କ ନିମନ୍ତେ ସବୁବର୍ଗରୁ ଉତମ ଯୋଜନା ଗୁଡିକ ନବୀନବାବୁଙ୍କ ବିଜେଡି ସରକାର ଖଞ୍ଜି ଦେଇଛନ୍ତି । ବିଜେଡି ସରକାର ଯାହା କହେ ତା କରେ ବୋଲି କହିଥିଲେ । କେନ୍ଦ୍ର ସରକାରଙ୍କ ଙ୍କୁ କଡା ସମାଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କୃଷି ବିପଣନ ପରିଷଦ ଉପଦେଷ୍ଟା ତଥା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ ଓ ଆଦିକନ୍ଦ ସେଠୀ, ବରିଷ୍ଠ ବିଜେଡି ନେତା ଭଗବାନ ଗନ୍ତାୟତ, ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡି, ଉପାଧ୍ୟକ୍ଷା ଅମିତା ସାହୁ, ଜିଲ୍ଲା ପରିଷଦ ସଭ୍ୟ ଏସ୍.କିଶୋର ଚନ୍ଦ୍ର ରେଡ୍ଡି ଓ ପ୍ରମୋଦ କୁମାର ପ୍ରଧାନ, ବିଜେଡି ମହିଳାନେତ୍ରୀ ସୁବର୍ଣ୍ଣବାଳା ବିଷୋୟୀ, , ଛତ୍ରପୁର ବ୍ଲକ ମହିଳା ସଭାନେତ୍ରୀ ନମିତା ମହାରଣା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରବୀନ୍ଦ୍ର ନାଥ ପଣ୍ଡା ଓ ଜି.ଡିଲେସ୍ୱର ରେଡ୍ଡୀ, ପୂର୍ବତନ ଗଂଜାମ ବ୍ଲକ ଅଧ୍ୟକ୍ଷ ରଘୁନାଥ ସାହୁ ଓ ସୁରଥ ପ୍ରଧାନ, ବାନାମ୍ବର ପଲାଇ, କୃଷ୍ଣ ପ୍ରଧାନ , ପୋଡାପଦର ସରପଂଚ ପୀତାମ୍ବର ପଣ୍ଡା, ବିପୁଳିଙ୍ଗି ସରପଂଚ ଟି.ନରସିଂହ ରେଡ୍ଡୀ, ବଡମାଧପୁର ସରପଂଚ ଶରତ ଖୁଂଟିଆ, ପୂର୍ବତନ କଉନସିଲର ଟି.ଚନ୍ଦ୍ର ଶେଖର ରାଓ, କିଶୋର ଚନ୍ଦ୍ର ସେନାପତି, ବି.ରାଜୁବାବୁ, ଜି.ପାପାରାଓ, ବୀମଳ ପଣ୍ଡା, ପ୍ରଦୋଷ କୁମାର ବେହେରା, ଅହୀଭୂଷଣ ସାହୁ, ସରକାରୀ ଓକିଲ ଭୈରବା ପଟ୍ଟନାୟକ ,ଡମିନାଥ ସାହୁ, କାଳିପ୍ରସାଦ ଦାଶ, ପ୍ରଦୀପ ପାତ୍ର ଓ ସୁରେଶ କୁମାର ପଣ୍ଡାଙ୍କ ସମେତ ନିର୍ବାଚନ ମଣ୍ଡଲୀର ଦଳୀୟ ସମସ୍ତ ସରପଂଚ ଓ ସମିତି ସଭ୍୍ୟ ଏବଂ ଶତାଧୀକ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।


