ଟେକ୍ନୋ ସ୍ପାର୍କ ପାୱାର, କ୍ୟାମନ ୧୨ ଏୟାର ଓ ସ୍ପାର୍କ ଗୋ ର ବଜାର ପ୍ରବେଶ

ଟ୍ରାନସିସନ ଇଣ୍ଡିଆ ର ପ୍ରିମିୟମ ସ୍ମାର୍ଟଫୋନ ବ୍ରାଣ୍ଡ ଟେକ୍ନୋ ପକ୍ଷରୁ ୫ ହଜାର ଟଙ୍କାରୁ ୧୦ହଜାର ଟଙ୍କା ମୁଲ୍ୟର ସ୍ମାର୍ଟଫୋନ ବଜାରରେ ହଇଚଇ ସୃଷ୍ଟି କରିପାରିଛି । କ୍ୟାମନ ୧୨ ଏୟାର ର ଲଂଚ ହେବା ପରେ ସ୍ପାର୍କ ସିରିଜ ବ୍ରାଣ୍ଡର ନବିନତମ ଉପହାର । ଏହା ପ୍ରଥମ ଥର ପାଇଁ ସ୍ମାର୍ଟଫୋନ କିଣୁଥିବା ଗ୍ରାହକମାନଙ୍କ ଉଦ୍ଦେଶ୍ୟରେ ଅଣାଯାଇଛି । ଏହା ଛଡା ଫିଚର ଫୋନ ରୁ ସ୍ମାର୍ଟଫୋନ ଅପଗ୍ରେଡ ପାଇଁ ଚିନ୍ତା କରୁଥିବା ଗ୍ରାହକ ଓ ଯେଉଁମାନେ ସୁଲଭ ମୁଲ୍ୟରେ ପ୍ରିମିୟମ ଫିଚର ପାଇବା ପାଇଁ ଚାହୁଁଛନ୍ତି ତାଙ୍କ ପାଇଁ ଉଦ୍ଦିଷ୍ଟ । ଯଦି ବଜେଟ ୧୦ ହଜାର ମଧ୍ୟରେ ସିମିତ ଏବଂ ଏଥିରେ ବଡ ସ୍କ୍ରିନ ଏବଂ ଭାଇବ୍ରାଂଟ ଡିସ୍ପ୍ଲେ, ଆଧୁନିକ ଡିଜାଇନ, ଉନ୍ନତ ଏଆଇ କ୍ୟାମେରା ଏବଂ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲୁଥିବା ବ୍ୟାଟେରୀ ସ୍ମାର୍ଟଫୋନ ଆବଶ୍ୟକ, ତେବେ ଟେକ୍ନୋ ଏଥିପାଇଁ ଏକ ଉତମ ସମାଧାନ । ଟେକ୍ନୋ ୧୦ହଜାର ଟଙ୍କାରୁ କମ ମୁଲ୍ୟ ରେ ବହୁପ୍ରକାର ବିକଳ୍ପ ସହ ଉପଲବ୍ଧ । ଅନଲାଇନ ଷ୍ଟ୍ରିମିଂ ଏବଂ ଭିଡିଓ ଅନ ଡିମାଣ୍ଡ ଯୋଗାଇ ଦେବା ପାଇଁ ଡାଟା ରିଭୋଲୁସନ ଏବଂ ଡିଜିଟାଲ କଂଟେଂଟ ପ୍ଲାଟଫର୍ମରେ ହେଉଥିବା ବିସ୍ତାର ସହ ଯୁବାପିଢି ଙ୍କ ମଧ୍ୟରେ ପର୍ସନାଲ ସ୍କ୍ରିନଟାଇମ ର ବୃଦ୍ଧି ଘଟିଛି । ଏଥିପାଇଁ ବଜେଟ ଫୋନ ରେ ଅତ୍ୟାଧୁନିକ ଫିଚର ସହ ମଲଟିମେଡିଆ ଡିଭାଇସର ଅତ୍ୟନ୍ତ ଆବଶ୍ୟକତା ଅଛି । ଗ୍ରାହକମାନଙ୍କର ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଟେକ୍ନୋର ସ୍ମାର୍ଟଫୋନ ସୁଲଭ  ମୁଲ୍ୟରେ ଉନ୍ନତ ଫିଚର ସହ ଉପଲବ୍ଧ । ଏଥିରେ ବଡ ସ୍କ୍ରିନ, ଡଟଇନ ଡିସପ୍ଲେ, ଏଆଇ ସଂଚାଳିତ ଅସାଧାରଣ କ୍ୟାମେରା ଏବଂ ବଡ ବ୍ୟାଟେରୀ ଆଦି ରହିଛି । ଟେକ୍ନୋ କ୍ୟାମନ ୧୨ ଏୟାର ନୂତନ ଭାବରେ ଲଂଚ ହୋଇଥିବା ଟେକ୍ନୋ କ୍ୟାମନ ୧୨ ଏୟାର ରେ ୬.୫୫ ଇଂଚର ଏଚଡି+ ଡିସପ୍ଲେ, ଏଆଇ ଟ୍ରିପିଲ ରିୟର କ୍ୟାମେରା (୧୬ଏମପି+୨ ଏମପି+୫ ଏମପି), ୪ଜିବି ରାମ, ୬୪ଜିବି ଷ୍ଟୋରେଜ ଏବଂ ୪୦୦୦ ଏମଏଏଚ ବ୍ୟାଟେରୀ ମାତ୍ର ୯,୯୯୯ ଟଙ୍କା ଉପଲବ୍ଧ । ଏହି ପାୱାର ଫୋନ ହେଲିଓ ପି୨୨ ଅକ୍ଟାକୋର ସିଷ୍ଟମ ଇନ ଚିପ ଦ୍ୱାରା ସୁସଜ୍ଜିତ । ଏହା ଦୈନନ୍ଦିନ ଜୀବନରେ ହେଭିଡ୍ୟୁଟି ଟାସ୍କକୁ ସହଜରେ ସମ୍ଭାଳି ପାରିଥାଏ । ଏହା ଛଡା ଏହି ଫୋନ ଆଡଭାନସ୍ଡ ଫେସ ଅନଲକ ୨.୦ ଏବଂ ସୁପରଫାଷ୍ଟ ଆଂଟି ଅୟଲ ଫିଙ୍ଗରପ୍ରିଂଟ ସେନସର ସହ ସୁରକ୍ଷିତ । ଟେକ୍ନୋର ନୂତନ ସ୍ମାର୍ଟଫୋନ ଗୁଡିକ ୩୫୦୦୦ରୁ ଉଦ୍ଧ୍ୱର୍ ଖୁଚୁରା ଷ୍ଟୋରରେ ଉପଲବ୍ଧ । ସମସ୍ତ ଟେକ୍ନୋ ଫୋନ ‘୧୧୧’ ପ୍ରତିଶୃତି ସହ ମିଳୁଛି । ଏଥିରେ ବ୍ରାଣ୍ଡ ପକ୍ଷରୁ ୬ ମାସ ମଧ୍ୟରେ ୧ ଥର ସ୍କ୍ରିନ ରିପ୍ଲେସମେଂଟ । – ୬,୦୦୦ଟଙ୍କା ମଧ୍ୟରେ ଶ୍ରେଷ୍ଠ ବଜେଟ ସ୍ମାର୍ଟଫୋନ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ