ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ
ପୋଲସରା (ଅନୀଲ କୁମାର ମହାରଣା) : ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ୧୬/୦୭/୨୫ ତାରିଖ ଦିନ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବରେ ମହାବିଦ୍ୟାଳୟରେ ନୂତନ ଭାବେ ଯୋଗ ଦେଇଥିବା ପ୍ରିନ୍ସପାଲ ଡକ୍ଟର ଦିଲ୍ଲୀପ କୁମାର ନାୟକଙ୍କୁ ବିଭାଗ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ +୩ ପ୍ରଥମ ବର୍ଷର ନୂତନ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ସଭାରେ ଦର୍ଶନ ଶାସ୍ତ୍ର ବିଭାଗର ପ୍ରାଧ୍ୟାପକ ରୁଦ୍ର ପ୍ରସାଦ ଗୌଡ଼ ଓ ଅର୍ଥନୀତି ବିଭାଗର ଅଧ୍ୟାପକ ଡକ୍ଟର ମନୋଜ କୁମାର ସାହୁ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ଶିକ୍ଷାନୀତି ଓ ଚରିତ୍ର ଗଠନ ସମ୍ପର୍କରେ ମତ ପ୍ରଦାନ କରିଥିଲେ। ଅଧ୍ୟାପକ ଡକ୍ଟର ବିରଞ୍ଚି ନାରାୟଣ ରଥ ଅନୁଷ୍ଠିତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅଧ୍ୟାପକ ଲିପିନାଥ ସିଂହ, ଅଧ୍ୟାପକ ଟୁଟୁ ଡାକୁଆ ଛାତ୍ରଛାତ୍ରୀମାନଙ୍କୁ ଭଲଭାବେ ପାଠ ପଢ଼ିବା ପାଇଁ ଦିଗଦର୍ଶନ ଦେଇଥିଲେ। ଅଧ୍ୟାପିକା ଡକ୍ଟର ଜ୍ୟୋତ୍ସ୍ନା ରାଣୀ ପଟ୍ଟନାୟକ ଛାତ୍ରଛାତ୍ରୀମାନଙ୍କୁ ସମାୟାନୁବର୍ତ୍ତୀ ହେବାସହ ମନଦେଇ ପାଠ ପଢ଼ିଲେ ଭବିଷ୍ୟତରେ ସାମଜରେ ପ୍ରତିଷ୍ଠିତ ହୋଇପାରିବ ବୋଲି ମତ ପ୍ରଦାନ କରିଥିଲେ। ଅଧକ୍ଷ ଡକ୍ଟର ଦିଲ୍ଲୀପ କୁମାର ନାୟକ, ଶୃଙ୍ଖଳିତ ସମାଜ ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ। ଶେଷରେ ଅଧ୍ୟାପିକା ଡକ୍ଟର ଜ୍ୟୋତ୍ସ୍ନା ରାଣୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।