ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

 ଛତ୍ରପୁର,(ଓ୍ବାଇଏନଏସ) :  ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ   ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଅଗସ୍ତିନୂଆଗାଁ ପଂଚାୟତ ର ନୋଳିଆନୂଆଗାଁ  ଠାରେ ଏକ ସଚେତନତା କାର୍ଯ୍ୟକ୍ରମ କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ ପ୍ରଦୀପ କୁମାର ସାମଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଛତ୍ରପୁର ସିନିୟର ସିଭିଲ ଜଜ  ପୂଜା ଦେ, ଏସଡ଼ି ଜେଏମ ପ୍ରିତିଶ କୁମାର ରଥ,ଜେଏମଏଫସି ସ୍ଵାଗତିକା ସ୍ୱାଇଁ,  ତାଲୁକ ଆଇନ ସେବା କମିଟିର ସଦସ୍ୟ ତଥା ଆଇନଜୀବୀ ମନୋଜ କୁମାର ପାଢ଼ୀ ଓ ସୁରଜିତ ସାମନ୍ତରାୟ,ଆଇନଜୀବୀ ବ୍ରଜ ମୋହନ ଆଚାର୍ଯ୍ୟ,  ଅଗସ୍ତି ନୂଆଗାଁ ସରପଞ୍ଚ ଉର୍ମିଳା ଦାସ ଓ ପିଇଓ ସୋନାଲି ମହାନ୍ତି ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡିକୁ ସଠିକ ଭାବେ ଲୋକମାନେ କିପରି ଜାଣିପାରିବେ ଏବଂ ଯୋଗ୍ୟ ହିତାଧିକାରୀ ମାନେ ପାଇ ପାରିବେ ସେ ସମ୍ପର୍କ ସମସ୍ତେ ସଚେତନତା କରିଥିଲେ l ତାଲୁକ ଆଇନ ସେବା କମିଟି ପକ୍ଷରୁ ପ୍ରଦାନ କରଯାଉଥିବା ବିଭିନ୍ନ ସୁବିଧା ସମ୍ପର୍କ ମଧ୍ୟ ସେମାନେ କହିଥିଲେ, ଏହି ସଚେତନତା କାର୍ଯ୍ୟକ୍ରମ ରେ ବହୁ ମତ୍ସ୍ୟଜୀବି  ମାନଙ୍କ ସହ ଆଖ ପାଖ ଅଂଚଳ ର  ଜନସାଧାରଣ ମାନେ ଉପସ୍ଥିତ ଥିଲେ, ଶେଷରେ ତାଲୁକ ଆଇନ ସେବା କମିଟିର ସଦସ୍ୟ  ସୁରଜିତ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ