ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ପାଳିତ
ଛତ୍ରପୁର, (ଓ୍ବାଇଏନଏସ) : ସ୍ଥାନୀୟ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରୁସ୍କାର ସମାରୋହରେପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତିଭାସନ୍ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିକ୍ଷକ ହେଉଛନ୍ତି ସମାଜର ମେରୁଦଣ୍ଡ ଏବଂ ସମାଜ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ଦୋଣାଚାର୍ଯ୍ୟ ବାଲ୍ମିକୀ ଭଳି ଗୁରୁ ଏବଂ ଅର୍ଜୁନ୍ ଓ ଏକଲବ୍ୟ ଭଳି ଶିଷ୍ୟମାନଙ୍କ କଥାକୁ ନେଇ ଗୁରୁ ଓ ଶିଷ୍ୟ ସଂପର୍କ ଉପରେ କହିଥିଲେ । ଯୁଗାନ୍ତକାରୀ ଶିକ୍ଷାର ଶୈଳୀର ଅଧାରରେ ଆଧୁନିକ ନୂତନ ପ୍ରଯୁକ୍ତିବିଜ୍ଞାନ ଯୁଗରେ ଶିକ୍ଷାର ବିକାଶ କିପରି ହୋଇପାରିଛି ତାହାକୁ ନେଇ ବୈଷୟିକ ଓ କୃତ୍ରିମବୃତିମତା ଶିକ୍ଷା ପ୍ରଣାଳୀ ମାଧ୍ୟମରେ ଶିକ୍ଷାଦାନ ହେଉଛି । ଫଳରେ ଛାତ୍ରଛାତ୍ରୀ ଉତମ ମାନେ ଭବିଷ୍ୟତ ଗଢ଼ିପାରିବେ ସେଥିପ୍ରତି ଗୁରୁମାନଙ୍କ ଭୂମିକା ଅତୁଳନୀୟ ରହିଛି । ଆଜିର ଦିବସରେ ସମସ୍ତ ଗୁରୁଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଜିଲ୍ଲାର ୬୦ ଜଣ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ସ୍ମୃତି ଫଳକ ଓ ପ୍ରମାଣ ପତ୍ର ଦେଇ ଶୁଭେଚ୍ଛା ଜଣାଇଛନ୍ତି । ଏହାସହିତ ରାଜ୍ୟସ୍ତରୀୟ ସମାରୋହରେ ସମ୍ମାନିତ ହୋଇଥିବା ଗଞ୍ଜାମ ଜିଲ୍ଲାର ୪ ଜଣ ଶିକ୍ଷକ ଓ ଜଣେ ବ୍ଲକ ଶିକ୍ଷାଧିକାରୀଙ୍କୁ ମଧ୍ୟ ଜିଲ୍ଲାପାଳ ଶୁଭେଚ୍ଛା ଜଣାଇଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ର ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ପ୍ରଭାତି ମହାପାତ୍ର ଓ ବସନ୍ତ କୁମାର ପଣ୍ଡା ଏବଂ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ପାଣିଗ୍ରାହୀ ଯୋଗଦେଇ ଆଜିର ଦିବସ ସମ୍ପର୍କରେ କହିଥିଲେ । ବ୍ରହ୍ମପୁର ସିଟି ସ୍କୁଲ ର ଶିକ୍ଷୟତ୍ରୀ ସୁଜାତା ମହାରଣା ଓ କଣମଣା ୟୁପି ସ୍କୁଲର ଶିକ୍ଷକ ଅଜିତ କୁମାର ସେଠୀ ନିଜ ନିଜ ଅଭିଜ୍ଞତା ସହିତ ବିଭିନ୍ନ ଶୈଳୀର ଶିକ୍ଷାଦାନ ସମ୍ପର୍କରେ କହିଥିଲେ । ପ୍ରାରମ୍ଭରେ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଓ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିବା ବେଳେ ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତି ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଇଓ ସୁଜିତ କୁମାର ପାଢିଙ୍କ ସମେତ ବହୁ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ ।


