ହଁ ଭଲ ପାଏ ତୁମକୁ ମୁଁ ଭଲ ପାଏ
ଅନ୍ଧକରମୟ ରାତ୍ରିରେ ତୁମ ପ୍ରତ୍ୟୁତ୍ତର କୁ ମୋ ଲୁହଝରା ଆଖି ଚାହିଁ ରହିଥାଏ ।
ମନେ ପଡେ ସେଇ ମିଛ ପ୍ରତିଶ୍ରୁତି, ତୁମେ ଦେଇଥିବା ଆଶା ଓ ପ୍ରୀତି ।
ସତରେ କଣ ସେସବୁ ଥିଲା ଛଳନା, କାହିଁକି କରିଲ ମୋ ସହ ପ୍ରତାରଣା ।
ଜୀବନ ଠାରୁ ଅଧିକ ତୁମକୁ ମୁଁ ଭଲ ପାଇଲି, ଏତେ ତିକ୍ତତା ଥୁଲା ତମ ମନ ରେ ମୁଁ ଜାଣିନଥିଲି ।
ଜୀବନ ସାରା ରହିବ ବୋଲି ଭରସା ଦେଇ, ଛାଡ଼ିଗଲ ମୋତେ ଅଧାବାଟେ କାହିଁ?
ନୟନ ଲୋତକେ ସିକ୍ତ ଏ ତକିଆ, ପଚାରୁଛି ମୋତେ କାନ୍ଦୁଛୁ ତୁ କିଆଁ !
ସେ କଣ କେବେ ଝାଙ୍କିଛି ଆମ ଦୁହିଁଙ୍କୁ ଅତୀତ ଝରକା ରୁ, ତୁମେ ଦେଇଥିବା ଯାତନା ଜାଣିଥିଲେ ଲୁହ ଝରନ୍ତ ନିର୍ଜୀବ ଆଖିରୁ !
ଜଡ ଆଜି ବୁଝୁଛି ମୋ ବେଦନା, କିନ୍ତୁ ତୁମେ ତ ଥିଲ ମଣିଷ, କେମିତି ବୁଝିପାରିଲ ନାହିଁ ଏହା ମୁଁ ଜାଣେନା !
ଏ ଯାମିନି ଆଜି କରେ ମୋତେ ପରିହାସ, ତୁ ପରା ସେଇ ଯେ ମୋତେ ସାକ୍ଷୀ ରଖି କରୁଥୁଲା ପ୍ରଣୟ ଆଳାପ !
କହେ ଭଲ ପାଇ କରିଲୁ ତୁ ଦୋଷ, ସେ ଆସିବନି ଆଉ, ମିଳିଗଲା ତାକୁ ଜଣେ ମେଣ୍ଟାଇବାକୁ ତା ଶୋଷ I
ମନ କୁ ଶାନ୍ତ୍ବନା ଦେଇ, ତା କଥା କୁ ଅଣଦେଖା କରି, ତାକୁ କହେ ଚୁପ୍ ରହ ! ମୋ ପ୍ରିୟତମ ନୁହଁ ସେହିପରି ।
ଆଜି ବି ଏ ଚକ୍ଷୁ ଅଛି ତୁମ ପଥ ଚାହିଁ, ଫେରିଆସ, ତୁମ ବିନା ମୁଁ ରହି ପାରିବି ନାହିଁ !
ଯେ ଦିନେ କହୁଥୁଲା ତୁମ ବିନା ମୁଁ ବଞ୍ଚିପାରିବି ନାହିଁ, ଆଜି ସେ କହୁଛି ଧେତ୍ ! ଥରେ ତ କହିଲି ତୁମେ ଆଉ ମୋତେ ଦରକାର ନାହିଁ ।
ବନଜ୍ୟୋତ୍ସ୍ନା ମହାନ୍ତି


