ସ୍ୱାଧୀନତା ସଂଗ୍ରାମୀ ସୋମନାଥ ଥିଲେ ପ୍ରଜ୍ଞାଦୀପ୍ତ ପ୍ରତିଭା
କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ପରାଧୀନ ଭାରତକୁ ଇଂରେଜ ମାନଙ୍କ କବଳରୁ ମୁକ୍ତ କରିବା ପାଇଁ ଦେଶର ବିଭିନ୍ନ ପ୍ରାନ୍ତ ରେ ସଂଗ୍ରାମୀ ମାନେ ତିଆରି କରିଥିଲେ ବୈଠକଖାନା। ଦେଶକୁ ସ୍ୱାଧୀନତା ଆଣିଦେବାକୁ ସଂଗ୍ରାମକୁ ଦୃଢ ସଙ୍ଘଠକ ଓଡିଶା ତଥା ପୁରୀ ଜିଲ୍ଲା କାକଟପୁର, ଅସ୍ତରଙ୍ଗ ଅଞ୍ଚଳର ତୁଙ୍ଗ ନେତା ମାନଙ୍କ ମଧ୍ୟରେ ଥିଲେ ଦୃଢ଼ ସଂଗଠକ। ସ୍ୱାଧୀନ ଭାରତ ରେ ଆଜି ପରାଧୀନ ଭାରତର କଥା ଓ ସ୍ୱାଧୀନତା ସଂଗ୍ରାମର ଇତିହାସ କୁ ବିଭିନ୍ନ ସଂଗ୍ରାମ ର ମଙ୍ଗ ଧରିଥିବା ସେହି ଦୃଢ଼ ନେତୃତ୍ୱ ବର୍ଷିଆନ ସମାଜସେବୀ, ସ୍ୱାଧୀନତା ସଂଗ୍ରାମୀ ସୋମନାଥ ପାତ୍ର। ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ଶତାୟୁ ସ୍ୱାଧୀନତା ସଂଗ୍ରାମୀ ସୋମନାଥ ପାତ୍ର। ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ବେଳେ ଭୁବନେଶ୍ୱର ସ୍ଥିତ ବାସଭବନ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପୁରୀ ଜିଲ୍ଲା କାକଟପୁର ବ୍ଲକ ବାଜପୁର ଗ୍ରାମର ସ୍ୱାଧୀନତା ସଂଗ୍ରାମୀ ତଥା ୧୦୧ବର୍ଷୀୟ ସୋମନାଥ ପାତ୍ର କିଛି ଦିନ ହେବ ବାଦ୍ଧକ୍ୟ ଜନିତ ଅସୁସ୍ଥ ରହିଥିଲେ। ସେ ଜଣେ ଲେଖକ, କବି ଭାବରେ ବେଶ ପରିଚିତ। ବିଭିନ୍ନ ପ୍ରତିଭାବାନ କାର୍ଯ୍ୟ ପାଇଁ ସେ ବିଭିନ୍ନ ସ୍ତର ରୁ ପୁରସ୍କୃତ ହୋଇଛନ୍ତି। ଲବଣ ସତ୍ୟାଗ୍ରହ ଆନ୍ଦୋଳନ ସମୟରେ ସୋମନାଥ ପାତ୍ର ଙ୍କ ଅବଦାନ ଅତୁଳନୀୟ।ସୋମନାଥ ପାତ୍ର ଜଣେ ଅଣବନ୍ଦୀ ନେତା ସହ ବାନର ସେନା ରେ ଯୋଗ ଦେଇଥିଲେ। ବ୍ରିଟିଶ ଶାସନ ବିରୋଧ ରେ ସଂଗ୍ରାମ କରୁଥିଲେ। ଦେଶକୁ ପରାଧୀନତା ଶୃଙ୍ଖଳ ରୁ ମୁକ୍ତ କରିବା ପାଇଁ ଶପଥ ନେଇଥିଲେ। ଭାରତ ର ମୁକ୍ତି ସଂଗ୍ରାମ ଅନେକ ଲୁହ ଓ ଲହୁର କଥା କୁହେ। ଏହି ମୁକ୍ତି ସଂଗ୍ରାମରେ ଅନେକ ସଂଗ୍ରାମୀ ଲାଠିମାଡ଼ ଖାଇଛନ୍ତି, କିନ୍ତୁ ସୋମନାଥ ପାତ୍ର ଙ୍କ ତ୍ୟାଗ ଓ ବଳିଦାନ ଅବିସ୍ମରଣୀୟ। କିନ୍ତୁ ଫିରିଙ୍ଗ ଶାସକ ଙ୍କ ଅନ୍ୟାୟ ଅତ୍ୟାଚାର କଥା ପଡିଲେ ତାଙ୍କ ଆଖିରେ ଆପେ ଆପେ ଲୁହ ଆସିଯାଏ। ଏହା ସହ ପ୍ରଥମେ କଂଗ୍ରେସ, ପରେ କମ୍ୟୁନିଷ୍ଟ ଦଳର ଜଣେ ଦୃଢ଼ ସଂଗଠକ ରହିଥିଲେ।ଦଳିତ, ଅବହେଳିତ ଓ ନିଷ୍ପେସିତ ଜନତାର ସେବାରେ ନିଜକୁ ଉତ୍ସର୍ଗ କରୁଥିଲେ। ସେ ବୁଝିଥିଲେ ଏମାନଙ୍କର ଉର୍ନ୍ନତି ନ ହେଲେ ରାଜ୍ୟ ବା ଦେଶର ଉର୍ନ୍ନତି ହେବ ନାହିଁ। ଯାହା ତାଙ୍କ ଆଚରଣ ଓ ଉଚ୍ଚାରଣ ରେ ପ୍ରତିଫଳିତ ହୋଇଥିଲା।ଏହା ସହ ତାଙ୍କ ଲେଖନୀ ନିଃସୃତ କାବ୍ୟ କବିତା ମଧ୍ୟରେ “ସଂଗ୍ରାମ ହିଁ ଜୀବନ, ପୃଥିବୀ ପୃଷ୍ଠ ରେ ମାନବ ସମାଜ, ଦର୍ପଣ, ନୂଆ ଦୁନିଆ ବକ୍ଷରେ ମୋ ସ୍ଥାନ, ପଥର କହେ କଥା, ପୃଥିବୀ ପୃଷ୍ଠରେ ମାନବ ସମାଜ, ଅର୍ଘ୍ୟ ଆଦି କବିତା ଲେଖିଛନ୍ତି।ସ୍ୱର୍ଗତଃ ସୋମନାଥ ପାତ୍ର ବାଜପୁର ଗ୍ରାମରେ ୧୯୨୫ମସିହା ଅପ୍ରେଲ ୪ତାରିଖ ରେ ଜନ୍ମ ଗ୍ରହଣ କରିଥିବା ବେଳେ ଭୁବନେଶ୍ୱର ସ୍ଥିତ ବାସ ଭବନ ରେ ଗୁରୁବାର ଅଥବା ୨୦୨୬ଜାନୁୟାରୀ ୧୫ତାରିଖ ରେ ଇହଧାମ ତ୍ୟାଗ କରିଛନ୍ତି।ସରଳ, ନିରାଡ଼ମ୍ବ ର ଜୀବନ ବିତେଇବା ରେ ସେ ଆନନ୍ଦ ପାଉଥିଲେ।ସୋମନାଥ ପାତ୍ର ଥିଲେ ଜଣେ ଅତ୍ୟନ୍ତ ସ୍ପଷ୍ଟବାଦୀ, ନିର୍ଭିକ, ସାହସୀ, ଦକ୍ଷ କିନ୍ତୁ ଅସୁସ୍ଥତା ସତ୍ୱେ ଲୋକ ଙ୍କ ନିକଟରେ କିମ୍ବା ସାମୁହିକ କାର୍ଯ୍ୟ ରେ ପହଂଚିଥାନ୍ତି।ରାଜନେତା ଥିଲେ। ସେ ଥିଲେ କାକଟପୁର, ଅସ୍ତରଙ୍ଗ ଅଞ୍ଚଳର ଜଣେ ଆଦର୍ଶ ଯୋଗ ଜନ୍ମା। ଏକାଦଶାହ ଅବସରରେ ଶ୍ରଦ୍ଧାଞ୍ଜଳି ସଭାରେ ବିପିନ ବିହାରୀ ରାଉତ ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ସିପିଆଇ ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ମୁଖ୍ୟ ବକ୍ତା ସିପିଆଇ ସମ୍ପାଦକ ଡ଼ଃ ପ୍ରଶାନ୍ତ ମିଶ୍ର, ସଂମ୍ମାନିତ ଅତିଥି ସିପିଏମ ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲା ପରିଷଦ ଉପାଧକ୍ଷ ସ୍ୱାଧୀନ କୁମାର ନାୟକ, କୃଷକ ସେଲ ଅଧକ୍ଷ ଅମୀୟ ପଟ୍ଟନାୟକ, ସୁରେଶ ବିଶ୍ୱାଳ ଙ୍କ ଅନ୍ୟ ଅତିଥି ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। କିଏ ଶ୍ରଦ୍ଧା ସୁମନ ଦେଇଥିଲା। ପ୍ରିୟ ସ୍ୱାଧୀନତା ସଂଗ୍ରାମୀ ଙ୍କୁ ବିଦାୟ ଦେବା ଅବସରରେ ଅଶ୍ରୁ ଝରାଇ ଥିଲେ। ଏକାଦଶାହ ଅବସରରେ ଶୋକାକୁଳ ପରିବେଶ ରେ ସ୍ୱାଧୀନତା ସଂଗ୍ରାମୀ ସୋମନାଥ ପାତ୍ର ଙ୍କୁ ଦିଆଯାଇଥିଲା ଶ୍ରଦ୍ଧାଞ୍ଜଳି।


