ବ୍ଲକ ସ୍ତରୀୟ ପରିବେଶ ଶିକ୍ଷା ପ୍ରଦର୍ଶନୀ କାର୍ଯ୍ୟକ୍ରମ

ବୁଗୁଡା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ନୋଡାଲ ୟୁ.ପି. ସ୍କୁଲରେ ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ବିଷୟରେ ସ୍କୁଲ ଛାତ୍ରଛାତ୍ରୀ ଙ୍କ ପାଇଁ ବ୍ଲକ ସ୍ତରୀୟ ପ୍ରଦର୍ଶନୀ ୨୭/୦୧/୨୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟ ପକ୍ଷରୁ ଅନୁଷ୍ଠିତ ଏହି ବ୍ଲକ ସ୍ତରୀୟ ପ୍ରଦର୍ଶନୀକୁ ବିଇଓ ଚିନ୍ମୟ ମହାପାତ୍ର ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବୁଗୁଡା ଏବିଇଓ ଅମିତ କୁମାରୀ ପାଢ଼ୀ ଓ କୃଷ୍ଣ ଚନ୍ଦ୍ର ବେହେରା, ପାତ୍ରପୁର ବ୍ଲକର ଅବସରପ୍ରାପ୍ତ ବିଇଓ ସ୍ବରୂପ କୁମାର ମହାନ୍ତି, ଶେରଗଡ଼ ବ୍ଳକର ଅବସରପ୍ରାପ୍ତ ବିଇଓ ପ୍ରମୋଦ ଚନ୍ଦ୍ର ସେନାପତି, ବାଲିପଦର ନୋଡାଲ ୟୁ.ପି. ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶର୍ମିଳା ରାଣୀ ଦାସ, ଅବସରପ୍ରାପ୍ତ ଶିକ୍ଷକ ପ୍ରକାଶ ଚନ୍ଦ୍ର ରଥ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦ୍ବିତୀକୃଷ୍ଣ ବିଶ୍ୱାଳ, ଅବସରପ୍ରାପ୍ତ ଅଧ୍ୟାପକ ମହେଶ ପ୍ରସାଦ ପଟ୍ଟନାୟକ, ସୁଚିତ ସାବତ, ଡାକ୍ତର ଅଭିଷେକ ଆଚାରୀ ପ୍ରମୁଖ ଯୋଗଦେଇଥିଲେ। ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍ଥାୟୀ ଜୀବନଶୈଳୀ ଉପରେ ବ୍ଲକ ସ୍ତରୀୟ ପ୍ରଦର୍ଶନୀରେ ୨୭ ବିଦ୍ୟାଳୟର ୫୩ ଟି ପ୍ରକଳ୍ପ ସହ ଛାତ୍ରଛାତ୍ରୀ ବୃନ୍ଦ ଅଂଶ ଗ୍ରହଣ କରିଥିଲେ। ପ୍ରକଳ୍ପ ଗୁଡ଼ିକ ମଧ୍ୟରୁ କରଚୁଲିର ଶକୁନ୍ତଳା ବିଦ୍ୟାପୀଠର ଛାତ୍ରୀ ଜ୍ୟୋତିର୍ମୟୀ ପ୍ରଧାନଙ୍କ ପ୍ରକଳ୍ପ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବିଦିପୁର ବୁଦ୍ଧଗିରି ବିଦ୍ୟାପୀଠର ଛାତ୍ର ପାର୍ଥ ସାହୁ ଦ୍ଵିତୀୟ ଓ ତାକରଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ର ସାଗର ନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସିଆରସିସି ବିଶ୍ୱଜିତ ପରିଡା ସଂଯୋଜନା କରିଥିବା ବେଳେ ଅନ୍ୟାନ୍ୟ ସିଆରସିସି ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ