ପୋଲସରା ଥାନାରେ ’ଜୁଭେଣ୍ଟିକା’ କାର୍ଯ୍ୟକ୍ରମ

ପୋଲସରା, (ଅନୀଲ କୁମାର ମହାରଣା) : ଓଡ଼ିଶା ପୋଲିସ ପକ୍ଷରୁ ୦୮-୫-୨୬ ତାରିଖ ଦିନ ସମଗ୍ର ଓଡିଶା ଆରକ୍ଷୀ ଯୋଗେଶ ବାହାଦୂର ଖୁରାନିଆ “ଜୁଭେଣ୍ଟିକା” ସ୍ବତନ୍ତ୍ର କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି। ସମଗ୍ର ରାଜ୍ୟରେ ପୋଲସରା ଥାନା ସମେତ  ୫୫୫ ପୋଲିସ ଥାନାରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ମୋଟ ୧୫୦୦୦ ରୁ ଉର୍ଦ୍ଧ୍ବ କିଶୋର-କିଶୋରୀ ଅଂଶ ଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ ପୋଲସରା ଥାନା ପକ୍ଷରୁ ଗଂଜାମ ପୋଲିସ ଜିଲ୍ଲା ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ପୋଲସରା ପୋଲିସ ଥାନା ଆଇଆଇସି କୌଶିକ ମାଝୀଙ୍କ ତତ୍ବାବଧାନରେ ଥାନା ପରିସରରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୋଲସରା ନଗରପାଳିକା ସଙ୍ଗୀତା ବେହେରା, ଆଇସିଡିଏସ୍ ସୁପରଭାଇଜର ସୁରଭି କୁସୁମ ଦାସ, ପୋଲସରା ଥାନାର ମହିଳା ଓ ଶିଶୁ ମିତ୍ର ମିଲନ୍ ପ୍ରଧାନ ଅତିଥି ଭାବେ ଯୋଗଦେଇଥିଲେ। ଜୁଭେଣ୍ଟିକା ମାଧ୍ୟମରେ ଶିଶୁମାନଙ୍କ ଡିଜିଟାଲ ଅଧିକାର ଓ ଅନଲାଇନ ସୁରକ୍ଷାକୁ ନେଇ ସଚେତନତା, ପୋଲିସ ଥାନାରେ ସୁରକ୍ଷିତ ଓ ଭୟମୁକ୍ତ ପରିବେଶ ସୃଷ୍ଟି କରିବା, ସାଇବର ଅପରାଧ ନେଇ ସଚେତନତା, ସୋସିଆଲ ମିଡିଆର ସୁରକ୍ଷିତ ବ୍ୟବହାର   ପ୍ରଭୃତି ବିଷୟ ଉପରେ ଆଲୋଚନା କରାଯାଇଥିଲା। ପୋଲିସ ଅଧିକାରୀ, ଶିକ୍ଷକ, ଅଭିଭାବକ, ଛାତ୍ରଛାତ୍ରୀ ଓ ମହିଳା ଶିଶୁ ବିକାଶ ବିଭାଗ ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ