ଦାଦାକୁ ପୁତୁରା ହତ୍ୟା ଘଟଣା: ୪ଅଭିଯୁକ୍ତ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଟାଉନ ଥାନା ସନ୍ନିକଟରେ ଦାଦାକୁ ପୁତୁରା ପଥରରେ ଛେଛି ହତ୍ୟା ଘଟଣାରେ ଟାଉନ ଥାନା ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଉଛନ୍ତି ସୂର୍ଗତ ସୁରେଶ ଚନ୍ଦ୍ର ବାରିକଙ୍କ ପୁଅ ଗୋଧି ଓରଫ ପ୍ରକାଶ ବାରିକ(୨୮), ଗୋଧି ଓରଫ ପ୍ରକାଶ ବାରିକଙ୍କ ପତ୍ନୀ ପୁଜାରିଣୀ ବାରିକ(୨୬), ମନୋଜ ବାରିକଙ୍କ ପତ୍ନୀ ପାର୍ବତୀ ବାରିକ(୪୦) ଓ ରବିନ୍ଦ୍ର ବାରିକଙ୍କ ପତ୍ନୀ ମାମା ଓରଫ ମମତା ବାରିକ(୨୮)। କିନ୍ତୁ ମୁଖ୍ୟ ଅଭିଯୁକ୍ତ ହିମାଂଶୁ ବାରିକକୁ ଧରିବାରେ ପୋଲିସ ବିଫଳ ହୋଇଛି। ଥାନା ସନ୍ନିକଟରୁ କିପରି ହତ୍ୟାକାରୀ ଫେରାର ହୋଇଗଲା ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନା ଯୋଗ୍ୟ ଯେ ଥାନା ସନ୍ନିକଟରେ ବାବୁଲା ବାରିକ ନାମକ ଜଣେ ବ୍ୟକ୍ତିଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିଲା। ଜମିବାଡ଼ି ବିବାଦକୁ କେନ୍ଦ୍ରକରି ତାଙ୍କ ପୁତୁରା ହିମାଂଶୁ ବାରିକ ହତ୍ୟା କରିଥିଲେ। ଏହି ମାମଲାରେ ୮ ଅଭିଯୁକ୍ତଙ୍କ ନାମ ରହିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ