ସ୍ୱତନ୍ତ୍ର କୋଡ଼ ୱାର୍ଡରେ ଚାଲିଛି ନିଶା କାରବାର
କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ) :ଦିନକୁ ଦିନ ନିଶା କାରବାର ଢାଞ୍ଚା ବଦଳି ଚାଲିଛି।ଏବେ କିଛି ମାସ ହେବ ନିଶା କାରବାର ଅବାଧ ପେଣ୍ଠ ପାଲଟିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଂଚଳ।ଚା “ପାନ ଦୋକାନ ରେ ମିଳୁଛି ଭଳିକି ଭଳି ଦେଶୀ, ବିଦେଶୀ ମଦ ସାଙ୍ଗକୁ ଗଂଜେଇ ଓ ଧଳା ଜହର ପୁଡିଆ।ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ବ୍ଲକର ବିଭିନ୍ନ ପଂଚାୟତ ରେ ପାନ ଦୋକାନ ଠାରୁ ଆରମ୍ଭ କରି ଗ୍ରୋସରୀ ଦୋକାନୀ ପର୍ଯ୍ୟନ୍ତ ସବୁଠି ସହଜରେ ମିଳୁଛି ଗଂଜେଇ ଭର୍ତ୍ତି ସିଗାରେଟ ଓ ବ୍ରାଉନ ସୁଗାର । ନିଶାଡୀ ଆଉ ବ୍ୟବସାୟୀ ଜାଣିବା ପାଇଁ ସ୍ୱତନ୍ତ୍ର କୋଡ଼ ବ୍ୟବହାର କରାଯାଇ ବ୍ୟବସାୟୀ ହେଉଛି।ଯାହାକି ସମସ୍ତ ଲୋକ ଜାଣିପାରୁନାହାନ୍ତି।କେଉଁଠି ସ୍ପେସାଲ, ବାବା, ରିଜିଲା, ଭୋଗ, ଚକ ନାମରେ ଏହି ସିଗାରେଟ କାରବାର ଚାଲିଥିବା ବେଳେ ଧଳା ଜହର କୋଡ଼ରେ କହିଲେ ଦୋକାନୀ ବୁଝି ନିଶାଡୀ ଙ୍କୁ ବଢ଼ାଇ ଦେଉଛନ୍ତି।ବିଶେଷ କରି ଯୁବ ପିଢ଼ି ଏହି ସିଗାରେଟ ନିଶା କବଳରେ ପଡିଛନ୍ତି।ଅନ୍ୟ ପଟେ ବ୍ରାଉନ ସୁଗାର ବେପାରୀ ମାନେ ବାଇକି ରେ ଆସି ବିଭିନ୍ନ ଅନ୍ଧାରୁଆ ସ୍ଥାନରେ ଛିଡା ହେଉଛନ୍ତି। ପୂର୍ବରୁ ସୂଚନା ଦେଇ କୋଡ଼ ୱାର୍ଡରେ ଅଦଳବଦଳ ରେ ଗ୍ରାହକ ଙ୍କ ସହ କାରବାର କରୁଛନ୍ତି। ବ୍ରାଉନ ସୁଗାର ଖାଉଥିବା ଅଧିକାଂଶ ଲୋକଙ୍କ ଭିତରେ ସ୍ଥାନୀୟ ଅଂଚଳର କଲେଜ ପଢୁଆ ଯୁବପିଢ଼ି ଥିବା ଜଣା ପଡିଛି। ବିଭିନ୍ନ ଗ୍ରାମରେ ଥିବା ପାନ ଦୋକାନ କୁ ସନ୍ଧ୍ୟା ସମୟରେ ଦୂରଦୁରାନ୍ତ ରୁ ନିଶା ଖାଇବାକୁ ବହୁ ଯୁବକ ଆସିଥାନ୍ତି।ବ୍ରାଉନ ସୁଗାର ବେପାରୀ ଙ୍କୁ ପୂର୍ବରୁ ଥିବା ଥାନା ଅଧିକାରୀ ମାନେ ବାରମ୍ବାର ଧରୁଥିବା ବେଳେ କିନ୍ତୁ କିଛି ମାସ ହେବ ଅସ୍ତରଙ୍ଗ ଥାନା ଅଂଚଳରୁ ଧଳା ଜହର ବ୍ୟବସାୟୀ ଙ୍କ ପାଦ୍ରୁଭାବ ବୃଦ୍ଧି ପାଉଥିଲେ ମଧ୍ୟଧରିବା ରେ ସକ୍ଷମ ହୋଇ ପାରୁନାହିଁ ପୋଲିସ । କାକଟପୁର ଓ ଅସ୍ତରଙ୍ଗ ବ୍ଲକର ବିଭିନ୍ନ ପଂଚାୟତ ରେ ଥିବା ପାନ ଦୋକାନ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଏହା ସହଜ ରେ ଉପଲବ୍ଧ ରେ ମିଳିପାରୁଛି ।କିନ୍ତୁ ଅବକାରୀ ବିଭାଗ କିମ୍ବା ପୁଲିସ ଏ ସମ୍ପର୍କ ରେ କିଛି ଜାଣି ନ ପାରିବା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛି। ବ୍ୟବସାୟୀ ଶସ୍ତା ସିଗାରେଟ ରୁ ପତି ବାହାର କରି ସେଥିରେ ଗଂଜେଇ ଭର୍ତ୍ତି କରି ବିକ୍ରି କରୁଛନ୍ତି। ଏହା ବଜାରରେ “ସ୍ପେସାଲ “ସିଗାରେଟ ନାମରେ ସମସ୍ତେ ଜାଣୁଛନ୍ତି।ତାହା ସହ ଆଉ ଏକ ପ୍ୟାକେଟ ରେ ମାଟିଆ ରଙ୍ଗ ମିଳୁଛି “ରିଜିଲା “ନାମରେ ବିକ୍ରି ହେଉଛି।ବ୍ୟବସାୟୀ ଏହାକୁ ପ୍ରସ୍ତୁତ କରି ଗୋଟାକୁ ୧୦ଟଙ୍କା ରେ ବିକ୍ରି କରୁଛନ୍ତି। ତାହା ସହ ଅଞ୍ଚଳ କିଛି ବଡ଼ ବ୍ୟବସାୟୀ ଗଂଜେଇ ସହ କିଛି ରାସାୟନିକ ମିଶାଇ କଞ୍ଚାମାଲ ପ୍ରସ୍ତୁତ କରିବା ପରେ ଏହାକୁ ଛୋଟ ବେପାରୀ ଙ୍କୁ ଯୋଗାଇ ଦିଆଯାଉଛି। ଏହା ଉପରେ ରୋକ ଲଗାଇବାକୁ ସାଧାରଣ ରେ ଦାବୀ ହେଉଛି ।


