ବିଜ୍ଞାନ ମହାବିଦ୍ୟାଳୟର ରୋଭର୍‍ ମାନଙ୍କ ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ

ଆସିକା (ୱାଇଏନ୍‍ଏସ୍‍) :ପରିବେଶର ସୁରକ୍ଷା ଲାଗି ଆସିକା ବିଜ୍ଞାନ ମହାବିଦ୍ୟାଳୟର ଓଡିଶା ରାଜ୍ୟ ଭାରତ ସ୍କାଉଟ୍ସ ଓ ଗାଇଡ୍ସର ରୋଭର୍‍ ଲିଡର୍‍ ଅଧ୍ୟାପକ ସନାତନ ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ରୋଭର୍‍ ମାନଙ୍କ ପକ୍ଷରୁ ଶୁକ୍ରବାର ଏକ ମେଗା ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଅନୁଷ୍ଠିତ ଏହି ମେଗା ଚାରାରୋପଣ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ତଥା ଭାରତ ସ୍କାଉଟ୍ସ ଓ ଗାଇଡ୍ସର ଲିଡର୍‍ ସନାତନ ପଣ୍ଡା ଯୋଗଦେଇ ଚାରାରୋପଣ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ଜଙ୍ଗଲ ଓ ପ୍ରକୃତି ସୁରକ୍ଷା, ଚାରା ରୋପଣର ଆବଶ୍ୟକତା, ଗଛ ଲଗାଇବା ଓ ତାର ଯତ୍ନ ନେବା, ବୃକ୍ଷର ମାନବ ସମାଜ ପ୍ରତି ଅବଦାନ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଶିକ୍ଷାନୁଷ୍ଠାନର ପରିବେଶକୁ ସବୁଜ ବନାନୀରେ ପରିଣତ କରିବା ନିମନ୍ତେ କରଂଜ, କଦମ୍ବ, ନୀଳଗିରି, ବାଦାମ୍‍, କୃଷ୍ଣଚୁଡା, ନିମ୍ବ ସମେତ ବିଭିନ୍ନ କିସମର ଔଷଧିୟ ଓ ଛାୟା ପ୍ରଦାନକାରୀ ଚାରା ରୋପଣ କରାଯାଇଥିଲା ବେଳେ ପରିବେଶର ସୁରକ୍ଷା ଲାଗି ଅଧିକରୁ ଅଧିକ ଚାରା ରୋପଣ କରି ସେଗୁଡିକ ଯେପରି ବଞ୍ଚି ରହିପାରିବ ସେ ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରାଯାଇଥିଲା । ଆସିକା ବିଜ୍ଞାନ ମହାବିଦ୍ୟାଳୟର ଭାରତ ସ୍କାଉଟ୍ସ ଓ ଗାଇଡ୍ସର ରୋଭର୍‍ ମାନଙ୍କ ପକ୍ଷରୁ ଅନୁଷ୍ଠିତ ମେଗା ଚାରାରୋପଣ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ପ୍ରକୃତିପ୍ରେମୀ ତଥା ରୋଭର୍‍ ଆକାଶ ଗୌଡ, ଶଙ୍କର୍ଷଣ ପାତ୍ର, ଶୁଭମ୍‍ ପ୍ରଧାନ, ଭୋଳା ସେଠୀ, ରୁଦ୍ର ପ୍ରସାଦ ପାଣିଗ୍ରାହୀ, ଶୁଭମ୍‍ କୁମାର ନାହାକ, ଓମ୍‍ ପ୍ରଧାନ, ଗୁରୁ ପ୍ରସାଦ ଦୋରା, ଆଲୋକ ସ୍ୱାଇଁ, ଶୁଭଙ୍କର ଲେଙ୍କା ପ୍ରମୁଖ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ସରୋଜ କୁମାର ପଣ୍ଡା ଯୋଗଦେଇ ଚାରାରୋପଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ଆଭିମୁଖ୍ୟ, ସାମ୍ପ୍ରତିକ ପରିସ୍ଥିତିରେ ବୃକ୍ଷ କିପରି ମାନବ ସମାଜ ପାଇଁ ଅପରିହାର୍ଯ୍ୟ ତାହାରି ଉପରେ ବହୁ ଶିକ୍ଷଣୀୟ ପରାମର୍ଶ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ