ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଉଦଯାପିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ବିଶ୍ଵ ପରିବେଶ ଦିବସ ଅବସରରେ ଗଜପତି ଜିଲ୍ଲା ଗୋଷାଣି ବ୍ଲକ ମାରିଙ୍ଗିରେ ଥିବା କୋଷ୍ଟାଲ ବାୟୋଟେକ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ତିନି ଦିନ ଧରି ଚାଲୁ ରହିଥିଲା । ପବିବେଶ ସୁରକ୍ଷା ପ୍ରତି ବିଶେଷ ସଚେତନତା କରିବା ଉଦ୍ଦେଶ୍ୟରେ ବିଶ୍ବ ପରିବେଶ ଦିବସ ଠାରୁ ଏହି କାର୍ଯ୍ୟକ୍ରମ ଚାଲୁ ରହିଥିଲା । ଆଜି ଉଦ୍ଯାପନୀ ଉତ୍ସବରେ ମଧ୍ୟ ଚାରା ରୋପଣ ହୋଇଥିଲା । ତିନି ଦିନ ଧରି କୋଷ୍ଟାଲ ବାୟୋଟେକ୍ ପକ୍ଷରୁ ପ୍ଲାଣ୍ଟ୍ ପରିସରରେ ପର୍ଯ୍ୟାୟ କ୍ରମେ ପ୍ରଥମ ଦିବସରେ ୧୦୦, ଦ୍ବିତୀୟ ଏବଂ ତୃତୀୟ ଦିବସରେ ୫୦ ଲେଖାଏଁ ଚାରାରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ଲାଣ୍ଟର ପରିଚାଳନା ନିର୍ଦ୍ଦେଶକ, ସାଧାରଣ ପରିଚାଳକ ଅଧିକାରୀ, କର୍ମଚାରୀ ଏବଂ ଶ୍ରମିକ ଯୋଗ ଦେଇ ପରିବେଶ ସୁରକ୍ଷା ପାଇଁ ଶପଥ ନେବା ସହ ରୋପଣ କରାଯାଇଥିବ ବୃକ୍ଷର ରକ୍ଷଣାବେକ୍ଷଣ ପାଇଁ ଦାୟିତ୍ବ ତୁଲାଇବା ପାଇଁ ଆହ୍ବାନ ଦିଆଯାଇଛି । କାର୍ଯ୍ୟକ୍ରମରେ ପରିବେଶ ସଂରକ୍ଷଣ, ପ୍ଲାଷ୍ଟିକ ବ୍ୟବହାର ହ୍ରାସ, ଜଳ ଓ ଶକ୍ତି ସଞ୍ଚୟ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା | ପ୍ଲାଣ୍ଟ ପରିସରରେ ବିଭିନ୍ନ ପ୍ରଜାତିର ଚାରାରୋପଣ କରାଯାଇଥିଲା I ଏହି ଅବସରରେ ପ୍ଲାଣ୍ଟର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଓ ସାଧାରଣ ପରିଚାଳନା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ପରିବେଶ ସୁରକ୍ଷା ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ବ ଏବଂ ସବୁଜ ପରିବେଶ ଗଠନ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ | ଶେଷରେ ପ୍ଲାଣ୍ଟର ପରିଚାଳକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


