ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ଗୁଣପୁର,(ୱାଇଏନଏସ):ଗୁଣପୁର ଉପ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଟିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଶିବିରରେ ଜିଲ୍ଲାପାଳଙ୍କ ସହ ନୂଆ ଆରକ୍ଷୀ ଅଧୀକ୍ଷକ ରାଜ ପ୍ରାସାଦ ଉପସ୍ଥିତ ଥିଲେ। ଏହି ଶିବିରରେ ଅନେକ ଲୋକ ମ୍ୟୁନିସିପାଲଟି ଅଞ୍ଚଳରେ ଜମି ହଡ଼ପକାରୀ ଏବଂ ରାସ୍ତା ନଛାଡି ଜମି ମାଲିକ ଓ ପୌର କତ୍ତୃପକ୍ଷ ମିଶି ଜମି ବିକ୍ରି କରିଦେଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା ଦେଖିବାକୁ ମିଳିଥିଲା। ମରାଠୀଗୁଡାର ଗୁଣପୁର ଲାଛନା ନାମକ ୯୨ ବର୍ଷର ବୃଦ୍ଧ ଜିଲ୍ଲାପାଳ ଶ୍ରୀ କୁଳକର୍ଣ୍ଣିଙ୍କ ଗୋଡ଼ ଛୁଇଁ ଅତ୍ୟନ୍ତ ନେହୁରା ହୋଇ ତାଙ୍କର ମାରାଠୀଗୁଡା ମୌଜା ଖାତା ନମ୍ବର ୫୮/୧୧୭,ପ୍ଲଟ ନମ୍ବର ୩୯୪ରେ ୫୭ ସେଣ୍ଟ ଜମିକୁ ନିକଟରେ ଥିବା ଲୋକ ଦଖଲ କରି ନେଇଛନ୍ତି ବୋଲି ଅଭିଯୋଗ କରିଥିଲେ। ତାଙ୍କର ଜମିକୁ ଚିହ୍ନଟ କରି ଫେରାଇବାକୁ ଅନୁରୋଧ କରିଥିଲେ। ସେହିପରି ପୋୖରାଞ୍ଚଳ ଆଦର୍ଶ ନଗରରେ ୩ ଟି ସଂଯୋଗ ରାସ୍ତା ନଦେଇ ପୋୖର ପାଳିକାର ଉନ୍ନୟନ ପାଇଁ ନିୟମ ଅନୁଯାୟୀ ଛାଡିଥିବା ଜମିକୁ ଜମି ମାଲିକ ଏବଂ ପୋୖର କତ୍ତୃପକ୍ଷ ମିଶି ବିକ୍ରି କରି ଦେଇଥିବା ନେଇ ପ୍ରତାପ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ସାହି ବାସିନ୍ଦା ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରି ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଜିଲ୍ଲାପାଳ ଶ୍ରୀ କୁଳକର୍ଣ୍ଣି ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଏହିପରି ଯେତେ ସବୁ ବିବାଦ ରହିଛି ପୁଲିସ ଉପସ୍ଥିତିରେ ଜମି ମପାମପି କରି ହଡ଼ପକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଉପଜିଲ୍ଲାପାଳ ଓ ତହସିଲଦାରଙ୍କୁ ନିର୍ଦେଶ ଦେଇଥିଲେ। ଏହିଭଳି ଯେଉଁ ମାନଙ୍କର ଜମି ସମସ୍ୟା ଓ ବେଆଇନ ଭାବେ କବ୍ଜା କରି ଦଖଲ କରାଯାଇଛି, ଲିଖିତ ଆକାରରେ ଜଣାଇବାକୁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା। ଆଜିର ଯୁଗ୍ମ ଅଭିଯୋଗ ଶୁଣାଣିରେ ମୋଟ ୨୦ ଟି ଅଭିଯୋଗର ଶୁଣାଣି ହୋଇଥିବା ବେଳେ ସେଥିରୁ ବ୍ୟକ୍ତିଗତ ୫ ଟି ଏବଂ ୧୫ ଟି ସାମୁହିକ ଦରଖାସ୍ତ ପଞ୍ଜୀକୃତ ହୋଇଥିଲା। ସେଥି ମଧ୍ୟରୁ ଜଣଙ୍କୁ ରେଡ୍ କ୍ରୋସ ତରଫରୁ ଚିକିତ୍ସା ପାଇଁ ଜିଲାପାଳ ପାଞ୍ଚହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ସମସ୍ତ ଅଭିଯୋଗ ଜିଲ୍ଲାପାଳ ଗ୍ରହଣ କରିବା ପରେ ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବାପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।। ଏହି ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ଡି.ଏଫ. ଓ ଶ୍ରୀ ସଚିନ୍ ଆନ୍ନା ସାହେବ ଓହୋଲ, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ପ୍ରଶାନ୍ତ ମିଶ୍ର, ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ୍ ଅଭିଷେକ ଦିଲୀପ, ଗୁଣପୁର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଅଜୟ କୁମାର ପ୍ରଧାନ , ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ, ଉପଖଣ୍ଡ ଆରକ୍ଷୀ ଅଧିକାର ବାବୁଲି ନାୟକ,ଗୁଣପୁର ଗୋଷ୍ଟି ଉନ୍ନୟନ ଅଧିକାରୀ ସ୍ୱସ୍ତିକ ଜମାଦାର, ତହସିଲଦାର ଲୀଳାବତୀ ଆଚାର୍ଜୀ, ପୌର ପରିଷଦ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଧନଞ୍ଜୟ ବେହେରା,ଏସ ଓ ପ୍ରଦୀପ୍ତ କୁମାର ଦଳାଇ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରଞ୍ଜିତାବେହେରା,ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ଆସିଥିବା ଅଭିଯୋଗ ଗୁଡିକ ସମାଧାନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ଶିବିରକୁ ଉପ ଜିଲ୍ଲାପାଳ କର୍ଯ୍ୟର କର୍ମଚାରୀ ଜସ୍ମିନ୍ ଭୂୟାଁ, ଅଜୟ ଶବର, ବିନୋଦ କୁମାର ଶବର, ତପନ ରଥ ଏବଂ ମାଧବ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।


