ବିଭିନ୍ନ ବିଦ୍ୟାଳୟ ରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ
ହାଟଡିହି (ଓ୍ବାଇଏନଏସ): ରାଜ୍ୟ ସରକାର ପ୍ରତି ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ମାଗଣା ପୋଷାକ ବଣ୍ଟନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିଲାଗି ପ୍ରତି ବିଦ୍ୟାଳୟ କୁ ଛାତ୍ରଛାତ୍ରୀ ଅନୁପାତରେ ଅନୁଦାନ ମଧ୍ୟ ଯୋଗାଇ ଦେଇଛନ୍ତି। ତେଣୁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତତ୍ପରତା ଦେଖାଇ ଛୁଟି ଖୋଲିବା ପୂର୍ବରୁ କିପରି ସମସ୍ତ ଛାତ୍ରଛାତ୍ରୀ ନୂତନ ପୋଷାକ ପାଇ ପାରିବେ ସେଥିଲାଗି ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇ, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ପ୍ରମୋଦ ନାୟକ, ଭାରପ୍ରାପ୍ତ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ପୂର୍ଣଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ରହି ଲକ୍ଷ୍ମୀନାରାୟଣ ବସ୍ତ୍ରାଳୟ ବଡରମ୍ପାସର ପ୍ରୋପାଇଟର ସତ୍ୟଭୂଷଣ ସାହୁଙ୍କ ସହଯୋଗରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡିମିରିଆରେ ୧୦୧, ସରକାରୀ ପ୍ରାଥମିକ ବିଦ୍ୟାଳୟ ପୋଡ଼ାସିଙ୍ଗିଡି ରେ ୫୫, ସରକାରୀ ନୂତନ ପ୍ରାଥମିକ ବିଦ୍ୟାଳୟ ଶୁନ୍ଦୁରାପାଳରେ ୨୫୪, ସରକାରୀ ପ୍ରାଥମିକ ବିଦ୍ୟାଳୟ ଅଣାରେ ୨୬ ଜଣ, ସରକାରୀ ପ୍ରାଥମିକ ବିଦ୍ୟାଳୟ ନାହାର ୪୫ ଜଣ, ସରକାରୀ ପ୍ରାଥମିକ ବିଦ୍ୟାଳୟ ଜଳସରପୁରରେ ୮୮ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରିଛନ୍ତି। ଲକ୍ଷ୍ମୀନାରାୟଣ ବସ୍ତ୍ରାଳୟ ପକ୍ଷରୁ ବିଭିନ୍ନ ବିଦ୍ୟାଳୟରେ ଆକ୍ଵାଗାର୍ଡ, ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପାଣି ବୋତଲ ବଣ୍ଟନ କରାଯାଇଛି।


