ଭିଡ଼ହିଂସାରୁ ମୁକ୍ତି ପାଇଁ ଥାନାରେ ପଶିଲା କୁଟୁରା! ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ ): ଦିନକୁ ଦିନ ଭିଡ଼ ହିଂସା ବଢ଼ିବାରେ ଲାଗିଛି। ଗତ କିଛି ଦିନ ପୂର୍ବେ ଜଣେ ଯୁବତୀ ଓ ଯୁବକ ପିଲା ଚୋରି ଗୁଜବରେ ଲୋକଙ୍କ ଆକ୍ରମଣର ଶିକାର ହୋଇ ଥାନାରେ ଦ୍ୱାରସ୍ତ ହୋଇଥିବା ଘଟଣା ଦେଶରେ ଚର୍ଚା ହୋଇଥିଲା। ପୁଣି ଆଜି ଏକ ରୋଚକ ଘଟଣା ଦେଖିବାକୁ ମିଳିଛି ପୁଣି ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକରେ।କଥାଟା ବିଶ୍ୱାସ ହେଉନଥିଲେ ମଧ୍ୟ ଗଟଣାଟା ସତ ! ପୂର୍ବର ଘଟଣା ମଣିଷର ରହିଥିବା ବେଳେ ଵର୍ତମାନ ନିରୀହ ପଶୁ ଭିଡ଼ ହିଂସାରେ ଶିକାର ହୋଇ ଥାନାର ପାଚେରୀ ଡେଇଁ ପଶିଯିବା ଘଟଣା ଅଞ୍ଚଳରେ ପୁଣି ଚର୍ଚ୍ଚାର ବିଷୟ ଓ ରୋଚକ ମଧ୍ୟ ପାଲଟି ଯାଇଛି। ମଣିଷକୁ ଗୁଜବରେ ଅମାନୁଷିକ ଭାବେ ମାଡ଼ ମାରିବା ଘଟଣା ବର୍ତ୍ତୀ ନଥିଲେ ଯୁବକ ଯୁବତୀ। କିନ୍ତୁ ସେହିଭଳି ଗତ ରାତ୍ରରେ ମାଂସ ପିଚାଷୀ ଦୃବୁତଙ୍କ ଲୋଲୁପ ଦୃଷ୍ଟିରୁ ବର୍ତ୍ତୀ ଯାଇ ଏକ ଦୁଇ ବର୍ଷିୟା କୁଟୁରା ଛୁଆ ଥାନାର ଦ୍ୱାରସ୍ତ ହୋଇଥିଲା। ଗତରାତ୍ର ନିକଟସ୍ତ ଜଙ୍ଗଲରୁ ଆହତ ଅବସ୍ଥାରେ ଦୌଡି ଦୌଡ଼ି ନିଜକୁ ରକ୍ଷା କରିବା ପାଇଁ ଗୋଟିଏ କୁଟୁରା ଥାନାରେ ପଶିଯାଇ ଥିଲା। ଥାନାର ସଂଜୟ ପଟନାୟକ ଓ ସମସ୍ତ କର୍ମଚାରୀ ଆହତ କୁଟୁରାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସାଙ୍ଗେ ସାଙ୍ଗେ ବନ ବିଭାଗ କୁ ଖବର ଦେବାପରେ ରେଞ୍ଜର ସଚ୍ଚିତାନନ୍ଦ ପାରିଡା,ଫରେଷ୍ଟ୍ର ବର୍ଖା ପତ୍ର ଓ କର୍ମଚାରୀ ଥାନାରେ ପହଁଚି ଆହତ କୁଟୁରାକୁ ପ୍ରାଣୀ ଚିକିତ୍ସାଳୟକୁ ନେଇ ଚିକିତ୍ସା କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ କୁଟୁରାର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି।ମୃତ୍ୟୁର କାରଣ ଜଣା ପଡିନଥିଲେ ମଧ୍ୟ ଶବ ବ୍ୟବଛେଦ ପରେ ଜଣା ପଡିବ ବୋଲି ସୂଚନା ମିଳିଛି। ଏହି ଘଟଣାକୁ ବନ ବିଭାଗ ଗୁରୁତର ନେଇ ତଦନ୍ତ କରୁଥିବା ବେଳେ ଏସିଏଫ ସତୀଶ ଦେହୁରୀ, ରେଞ୍ଜର ପରିଡା, ଫରେଷ୍ଟ୍ର ପାତ୍ର ଓ ପ୍ରାଣୀ ଚିକିତ୍ସକ ଅଶୋକ କୁମାର ଦାସଙ୍କ ଶହ ବନ କର୍ମଚାରୀ ଉପସ୍ଥିତ ରହିଥିଲେ।


