କଟକଣା ସତ୍ୱେ ମାନୁ ନାହାନ୍ତି ପର୍ଯ୍ୟଟକ : ବିପଦକୁ ଜାଣି ଶୁଣି କରୁଛନ୍ତି ନିମନ୍ତ୍ରଣ

ଛତ୍ରପୁର, (ଓ୍ବାଇଏନଏସ)  : ଗଞ୍ଜାମ ଜିଲ୍ଲାର ଆର୍ଯ୍ୟପଲ୍ଲୀ ସମୁଦ୍ର ଦିନକୁ ଦିନ କୂଳ ଲଂଘୁଥିବା ବେଳେ ଏହି ବେଳାଭୂମି କୁ ପର୍ଯ୍ୟଟକ ଙ୍କ ପାଇଁ ବାରଣ କରାଯାଉଛି l ତଥାପି ଏହାକୁ ନ ମାନି ଲୋକେ ବିପଦପୂର୍ଣ୍ଣ ଭାବେ ସେଲ୍ଫି ଉଠାଉଥିବା ଦେଖିବାକୁ ମିଳିଛି l ପ୍ରଶାସନ ପକ୍ଷରୁ ନିଷିଦ୍ଧାଞ୍ଚଳ ବୋର୍ଡ ଲଗାଇବା ସହିତ ଏଠାକୁ ପ୍ରବେଶ ନିଷେଧ ବୋର୍ଡ ମଧ୍ୟ ଲଗାଯାଇଛି l ଖାଲି ସେତିକି ନୁହେଁ ଆର୍ଯ୍ୟପଲ୍ଲୀ ମେରାଇନ ଥାନା ପୋଲିସ ମଧ୍ୟ ଅମାନିଆ ଙ୍କୁ ବାରମ୍ବାର ସେଠାରୁ ଘଉଡ଼ାଇବା ସହିତ ସେଠାକୁ ଯିବା ପାଇଁ ବାରଣ କରୁଥିଲେ ମଧ୍ୟ ଲୋକେ ଏହାକୁ ମାନୁ ନାହାନ୍ତି l ଗତ କିଛି ଦିନ ତଳେ ସମୁଦ୍ର କୁ ଗାଧେଇବାକୁ ଯାଇଥିବା ବେଳେ ସମୁଦ୍ର ରେ ବୁଡି ଦୁଇ ଜଣ ମୃତ୍ୟୁ ବରଣ କରିଥିଲେ l ଏଣୁ ଅଘଟଣ କୁ ରୋକ ଲଗାଇବା ପାଇଁ ପ୍ରଶାସନ କଟକଣା ଜାରି ରଖିଥିଲେ ମଧ୍ୟ ଏହାକୁ ଅବମାନନା କରାଯାଉଥିବାରୁ ଆଗାମୀ ଦିନରେ ବଡ଼ ଧରଣର ବିପଦ କୁ ଏଡାଇ ଦିଆଯାଇନପାରେ l ଅନ୍ୟପଟେ ଏନେଇ ଗ୍ରାମବାସିନ୍ଦା ମାନେ ମଧ୍ୟ ଲୋକଙ୍କ ବିପଦ ପୂର୍ଣ୍ଣ ଭାବେ ସେଲ୍ଫି ଉଠାଇବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ