କାର୍ ଓ ବାଇକ୍ ମୁହାଁମୁହିଁ ଧକ୍କା: ଦୁଇ ଆହତ
ମୁନିଗୁଡ଼ା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେରେ କାର୍ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ଆହାତ ହୋଇଥିବା ଜଣାପଡିଛି। ଆହାତ ଦୁଇ ଜଣ ହେଲେ ମିନି ଚାଲାଣ ମହିଳା ଓ ଅନ୍ୟ ଜଣେ ହେଲେ କୈଳାସ ଚାଲାଣ ( ପୁରୁଷ)। ଉଭୟଙ୍କ ଗ୍ରାମ ମୁନିଗୁଡା ବ୍ଳକ୍ ଅନ୍ତର୍ଗତ ରାଣିପିଣ୍ଡା ଗ୍ରାମରେ। ସେମାନେ ଓଏଲଏମ ରେ ପ୍ରାଣି ମିତ୍ର ରୂପେ ଚାକିରି କରୁଥିବା ବେଳେ ଅଫିସ୍ କୁ ବାଇକ୍ ଯୋଗେ ଆସୁଥିବା ସମୟରେ ସାମ୍ନା ପଟୁ ଏକ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଖବର ପାଇ ମହିଳା ସଂଘ ସଭାନେତ୍ରୀ ଅମ୍ବିକା ନାଏକ, କୁନ୍ତଳା ଚାଲାଣ, ସେବତୀ ଚାଲାଣ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଆହାତ ମିନି ଚାଲାଣ ଙ୍କ ମୁଣ୍ଡଫାଟି ଥିବା ବେଳେ କୈଳାସର ଗୋଡ ଓ ହାତରେ ଆଘାତ ହୋଇଛି। ବ୍ଳକର ଓଏଲଏମର ପ୍ରାଣୀମିତ୍ର, କୃଷିମିତ୍ର , ସିଆରପି ଓ ଏମ୍ବିକେ ମାନେ ମାନସିକ ଚାପ ଗ୍ରସ୍ତ ହୋଇ କାମ କରୁଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି।


