୧୯ରେ ଏଆଇଟିୟୁସିର ଜିଲ୍ଲା ସମ୍ମିଳନୀ

ବାଲେଶ୍ୱର (ସରୋଜ ପଣ୍ଡା): ଭାରତବର୍ଷର ପ୍ରଥମ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏଆଇଟିୟୁସିର ଅଷ୍ଟମ ଜିଲ୍ଲା ସମ୍ମିଳନୀ ଚଳିତ ଜୁଲାଇ ମାସ ୧୯ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ। ଜିଲ୍ଲା ସଭାପତି ଭାଗବତ ପ୍ରତିହାରୀଙ୍କ ଅଧ୍ୟକ୍ଷତାରେ ରବିବାର ସନ୍ଧ୍ୟାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଂପାଦକ ଶ୍ୟାମସୁନ୍ଦର ଜେନା ଆସନ୍ତା ରାଜ୍ୟ ସମ୍ମିଳନୀ ଓ ଜାତୀୟ ସମ୍ମିଳନୀ ସଂପର୍କରେ ସୂଚନା ଦେଇ ବାଲେଶ୍ୱର ଜିଲ୍ଲା ସମ୍ମିଳନୀକୁ ସଫଳ କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ। ଏଆଇଟିୟୁସି ଜାତୀୟ ପରିଷଦ ସଦସ୍ୟ ଜୟନ୍ତ ଦାସ ବୈଠକରେ ଯୋଗଦେଇ ସାଂପ୍ରତିକ ପରିସ୍ଥିତିରେ ରାଜ୍ୟ ଓ ଜାତୀୟସ୍ତରରେ ଶ୍ରମିକମାନଙ୍କ ସମସ୍ୟା ଉତ୍କଟ ହେଉଥିବାବେଳେ ଚଳିତ ବର୍ଷର ସମସ୍ତ ସମ୍ମିଳନୀ ବହୁ ଗୁରୁତ୍ୱ ରହିଛି ବୋଲି ମତ ଦେଇଥିଲେ। ରାଜ୍ୟ ଉପସଭାପତି ଗୌରାଙ୍ଗ ପାଣିଗ୍ରାହୀ ଓ ସଂପାଦକ ମାୟାଧର ନାୟକ ଆସନ୍ତା ରାଜ୍ୟ ସମ୍ମିଳନୀ ତାଳଚେରରେ ଓ ଜାତୀୟ ସମ୍ମିଳନୀ ବାଙ୍ଗାଲୋରରେ ହେବାକୁ ଥିବାର ସୂଚନା ଦେଇଥିଲେ। ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଶରତ ଚନ୍ଦ୍ର ଦଳାଇ, ଭରତ ଚନ୍ଦ୍ର ସେଠୀ, ଆରତୀ ଦାସ ମହାପାତ୍ର, ଯତୀନ୍ ପାତ୍ର, ପର୍ଶୁରାମ ସାହୁ, ସର୍ବେଶ୍ୱର ହାଁସଦା, ଶରତ ମହାନ୍ତି, ହରେକୃଷ୍ଣ ଚାନ୍ଦ ଓ ବନ୍ଦନା ବିଶ୍ୱାସ ପ୍ରମୁଖ ଆଲୋଚନାରେ ଅଂଶଗ୍ରହ କରି ସମ୍ମିଳନୀର ସଫଳତା ପାଇଁ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ। ପୂର୍ଣ୍ଣଚନ୍ଦ୍ର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ