ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ଵୟ ସମିତିର ତରଫରୁ ଚାରି ଦଫା ଦାବି ପତ୍ର

ମୁନିଗୁଡ଼ା,(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଓ ବିଷମକଟକ ବ୍ଲକ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ଵୟ ସମିତି ତରଫରୁ ସେମାନଙ୍କ ଦୀର୍ଘ ବର୍ଷର ୪ ଦଫା ଦାବି ସମ୍ମିଳିତ ଏକ ସ୍ମାରକ ପତ୍ର ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରିଥିବା ଜଣାପଡିଛି। ଏହି ଅବସରରେ ବିଷମକଟକ ବ୍ଲକ ଅନ୍ତର୍ଗତ କୁଟ୍ରାଗଡ଼ ମାଣିକେଶ୍ବରୀ ବିଦ୍ୟାପୀଠର ସହକାରୀ ଶିକ୍ଷକ ସୂଧୀର କୁମାର ଦଳପତି,ପ୍ରଦୀପ କୁମାର ଜେନା,ଅବସରପ୍ରାପ୍ତ ଶିକ୍ଷକ ପ୍ରଶାନ୍ତ କୁମାର ବେଜ,ହିନ୍ଦୀ ଶିକ୍ଷକ ପ୍ରତାପ ଚନ୍ଦ୍ର ରାଜୁ,କ୍ରୀଡ଼ା ଶିକ୍ଷକ କିଶୋର ଚନ୍ଦ୍ର ବେହେରା, ପିଅନ ଶିବ ପ୍ରସାଦ ଦାଶ, ଅବସରପ୍ରାପ୍ତ କିରାଣୀ ବିରାଜ ପାତ୍ର ପ୍ରମୁଖ ଉପସ୍ଥିତ ରହି ବିଷମକଟକ ବିଡ଼ିଓ ଶିବ ପଟ୍ଟନାୟକଙ୍କ ଜରିଆରେ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ,ଉଚ୍ଚ ଶିକ୍ଷାମନ୍ତ୍ରୀ, ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଏବଂ ଆଇନୀ ମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ଉକ୍ତ ଦାବି ପତ୍ରରେ ସମସ୍ତ ଯୋଗ୍ୟ ସ୍କୁଲ ଏବଂ କଲେଜକୁ ଜିଆଇଏ ଫୋଲ୍ଡରେ ସାମିଲ କରିବା ଏବଂ ନୂତନ ସହାୟତାପ୍ରାପ୍ତ ସ୍କୁଲ ଏବଂ କଲେଜର ଶିକ୍ଷକ ଏବଂ କର୍ମଚାରୀ ମାନଙ୍କୁ ପେନସନ ଏବଂ ସେବା ସର୍ତ୍ତାବଳୀ ପ୍ରଦାନ କରିବା,ନୂତନ ସହାୟତାପ୍ରାପ୍ତ ବିଦ୍ୟାଳୟ ଏବଂ କଲେଜ ଗୁଡ଼ିକରେ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତି ପାଇଁ ଯଥାଶୀଘ୍ର ବ୍ୟବସ୍ଥା ପ୍ରଣୟନ କରାଯିବା ଉଚିତ ଏବଂ ଅବସର ବୟସ ସୀମା 60 ରୁ 62 ବର୍ଷକୁ ବୃଦ୍ଧି କରାଯିବା ଉଚିତ।,ସମସ୍ତ ବର୍ଗର ଗ୍ରେଡ୍ ପେରେ ଅସଙ୍ଗତି ଦୂର କରିବା ଏବଂ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ପାଇଁ ଛଅଟି ଭାବଗତ ବୃଦ୍ଧି ଅନ୍ତର୍ଭୁକ୍ତ କରିବା,ସମସ୍ତଙ୍କ ପାଇଁ OPS ସହିତ ସମସ୍ତ ସାହାଯ୍ୟପ୍ରାପ୍ତ ଏବଂ ନୂତନ ସାହାଯ୍ୟପ୍ରାପ୍ତ ବିଦ୍ୟାଳୟ ଏବଂ କଲେଜଗୁଡ଼ିକର ସରକାରୀ କରଣ ଆଦି ଦାବି ରହିଥିବା ବେଳେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ଵୟ ସମିତି ରାଜ୍ୟ ସଂଘ ତରଫରୁ ପୂର୍ବ ସରକାର ଏବଂ ଏବର ସରକାରଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ଦାବି ଗୁଡ଼ିକ ବିଷୟରେ ବାରମ୍ବାର ଆନ୍ଦୋଳନ ମାଧ୍ୟମରେ ଅବଗତ ଓ ଆଲୋଚନା କରିଥିଲେ ମଧ୍ୟ ଅଦ୍ୟାବଧି ତାର କୌଣସି ସୁଫଳ ମିଳିଲା ନାହିଁ। ପୂର୍ବ ସରକାର ଗତ ୦୧-୦୧-୨୦୧୮ରୁ ବ୍ଲକ ଗ୍ରାଣ୍ଡ ସିଷ୍ଟମକୁ ଉଚ୍ଛେଦ କରି ଏକ ନୂତନ ଜିଆଇଏ ନୀତି ୨୦୧୭ଲାଗୁ କରିଥିଲେ ମଧ୍ୟ ସେଥିରେ କୌଣସି ଚାକିରି ସର୍ତ୍ତାବଳୀ ଓ ପେନସନ ସୁବିଧା ସୂଚିତ କରାଯାଇ ନଥିବାରୁ ତାହା ପରବର୍ତ୍ତୀ ସମୟରେ ଶିକ୍ଷକ ଓ କର୍ମଚାରୀ ମାନଙ୍କ ଅବସର ପରେ ସ୍ୱାର୍ଥରେ ବାଧା ସୃଷ୍ଟକଲା। ଅନେକ ଶିକ୍ଷକ କର୍ମଚାରୀ ଅବସର ପରେ କୌଣସି ସରକାରୀ ବେନିଫିଟ ନପାଇ ଭୋକ ଉପାସରେ ଦିନ କାଟିଲେ। ଏଥିସହିତ ୧୯୪ ବର୍ଗର ଅଣ ଅନୁଦାନ ଯୋଗ୍ୟ ହାଇସ୍କୁଲ ଗୁଡ଼ିକ ସରକାରଙ୍କ ଠାରୁ ଏ ପର୍ଯ୍ୟନ୍ତ କୌଣସି ଅନୁଦାନ ପାଇ ନଥିବା ବେଳେ ୨୫/୩୦ବର୍ଷ ବିନା ଦରମାରେ ନିଷ୍ଠାର ସହ କାର୍ଯ୍ୟ କରି ଅବସର ନେଉଥିବା ଶିକ୍ଷକ ଓ କର୍ମଚାରୀ ମାନଙ୍କ ପରିବାର ପେନସନ ନପାଇ ଆଜି ବହୁ ଅସୁବିଧାରେ ଦିନ କାଟୁଛନ୍ତି। ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷକ ସଂଘ ତରଫରୁ ଶୁଣିବାକୁ ମିଳୁଥିଲା ସେମାନଙ୍କ ସ୍କୁଲ ଓ କଲେଜର ଚାକିରି ସମାପ୍ତି ପରେ ଶୂନ୍ୟ ହସ୍ତରେ ଅବସର ଓ ବିଦାୟ ନେଉଥିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ଏଣୁ ଶିକ୍ଷକ କର୍ମଚାରୀ ସମନ୍ଵୟ ସମିତି,ମୁନିଗୁଡ଼ା ଶାଖା ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ,ଉଚ୍ଚ ଶିକ୍ଷାମନ୍ତ୍ରୀ,ସ୍କୁଲ ଓ ଗଣଶିକ୍ଷା ବିଭାଗୀୟ ମନ୍ତ୍ରୀ ଏବଂ ଆଇନୀ ମନ୍ତ୍ରୀଙ୍କୁ ବିନମ୍ର ନିବେଦନ କରିଛନ୍ତି ସେମାନଙ୍କ ମୁଖ୍ୟତଃ ୪ଟି ଦାବିକୁ ପୂରଣ କରାଯାଉ ବୋଲି ଉଲ୍ଲେଖ ରହିଛି। ସେହିପରି ମୁନିଗୁଡା ବ୍ଲକରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘର ରାଜ୍ୟ ସହ ସମ୍ପାଦକ ମନୋଜ କୁମାର ପାଢୀ ଓ ମୁନିଗୁଡା ବ୍ଲକ ସଭାପତି ରାମ ପ୍ରସାଦ ରଥଙ୍କ ମିଳିତ ସଂଯୋଜନାରେ ସଙ୍ଘର ମୁନିଗୁଡା ବ୍ଲକ ସମ୍ପାଦକ ପବିତ୍ର ମୋହନ କର,ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁଶାନ୍ତ କୁମାର ପଣ୍ଡା,ରାଜକିଶୋର ବେହେରା,ଶୁଭେନ୍ଦୁ ଦାସ,ମନୋଜ ପଣ୍ଡା, ଶର୍ମିଳା ପାତ୍ର,ହରିଶ୍ଚନ୍ଦ୍ର ଗୌଡ଼,ନବିନେନ୍ଦ୍ର ନନ୍ଦ,ଶଙ୍କରଅରି ସେଠୀ,ଜିଜ୍ଞାସୁ ଜେନା ପ୍ରମୁଖ ଉପସ୍ଥିତ ରହି ମୁନିଗୁଡା ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତିଙ୍କ ଜରିଆରେ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ,ଉଚ୍ଚ ଶିକ୍ଷାମନ୍ତ୍ରୀ, ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଏବଂ ଆଇନୀ ମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ଦାବିପତ୍ର ପ୍ରଦାନ ପରେ ଅନେକ ବିଦ୍ୟାଳୟ, ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ମାନେ ସରକାର ସେମାନଙ୍କ ନ୍ୟାର୍ଯ୍ୟ ଦାବି ଗୁଡ଼ିକ ସହୃଦୟତାର ସହିତ ପୂରଣ କରିବେ ବୋଲି ଆଶାବ୍ୟକ୍ତି କରିବା ସହ ନିବେଦନ କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ