ଝୋଟ ତିଆରି ହସ୍ତଶିଳ୍ପ ତାଲିମ ଉଦଘାଟିତ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଝୋଟ ତିଆରି ହସ୍ତଶିଳ୍ପ ତାଲିମ ଶିବିରର ଉଦଘାଟନୀ ଅବସରରେ ଆୟୁଷ୍ମାନ ଫାଉଣ୍ଡେସନ ସାମାଜିକ ଅନୁଷ୍ଠାନ ଓ କଲିକତାର ଆଇସିଏଆର ର ମିଳିତ ସହଯୋଗରେ ୩୦ଜଣ ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଅଛି। ଡେରାବିଶ ବିଡିଓ ନମିତା ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହିଳାମାନଙ୍କୁ ହସ୍ତଶିଳ୍ପ ମାଧ୍ୟମରେ ସ୍ୱାବଲମ୍ବି ହେବା ପାଇଁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ କଲିକତାସ୍ଥିତ ଆଇସିଏଆର ସଂସ୍ଥାର ମୁଖ୍ୟ ବୈଜ୍ଞାନିକ ଓ ନିର୍ଦ୍ଦେଶକ ଡ. ଲକ୍ଷ୍ମୀକାନ୍ତ ନାୟକ ଏବଂ ତାଙ୍କ ପ୍ରତିନିଧି ରମାକାନ୍ତ ମିଶ୍ର, କାଞ୍ଚନ ରାୟ ପ୍ରାକୃତିକ ତନ୍ତୁ ଝୋଟକୁ ଆଧାର କରି ବିଭିନ୍ନ ପ୍ରକାର ହସ୍ତଶିଳ୍ପ ସାମଗ୍ରୀର ପ୍ରସ୍ତୁତି ଓ ଏହାର ବ୍ୟବହାରକୁ ଆଦ୍ରୁତ କରାଇ ମହିଳାମାନେ କିଭଳି ରୋଜଗାରକ୍ଷମ ହୋଇପାରିବେ ସେ ବିଷୟରେ ଆଲୋକପାତ କରିଥିଲେ। କେନ୍ଦ୍ରାପଡା ଜିଲ୍ଲାରେ ଝୋଟ ଏକ ଅର୍ଥକାରୀ ଫସଲ ହୋଇଥିଲେ ମଧ୍ୟ ଏହାର ଉତ୍ପାଦସନ ହ୍ରାସ ପାଉଅଛି। ଏଣୁ ଲୋକଙ୍କ ମଧ୍ୟରେ ଆଗ୍ରହ ମଧ୍ୟ ପରିଲକ୍ଷିତ ହେଉନାହିଁ। ଏହା ଉପରେ ସମ୍ବେଦନଶୀଳ ହେବା ପାଇଁ ଅତିଥିମାନେ ମତପ୍ରକାଶ କରିଥିଲେ। ୨୦ଜଣ ମହିଳା ତାଲିମପ୍ରାଥ୍ରୀଙ୍କୁ ୧୦ଦିନ ତାଲିମ ନେବା ପାଇଁ ଚୟନ କରାଯାଇଥିଲା। ଆୟୁଷ୍ମାନ ଫାଉଣ୍ଡେସନର ପ୍ରକଳ୍ପ ପ୍ରବନ୍ଧକ ଗିତାଞ୍ଜଳୀ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସନ୍ତୋଷ କୁମାର ସାହୁ, ପୁଷ୍ପତା ପଣ୍ଡା, ସନ୍ତୋଷ କୁମାର ମହାପାତ୍ର, ମନୀଷା ବାରିକ ସହଯୋଗ କରିଥିଲେ। ଆୟୁଷ୍ମାନ ଫାଉଣ୍ଡେସନ ଉତ୍କଳ ଗ୍ରୁପର ମୁଖ୍ୟ ସୁରେଶ ମିଶ୍ର ସାଧୁବାଦ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ