ପ୍ରସିଦ୍ଧ ଶକ୍ତି ପୀଠ ମା ବୀରସିଂହି ଠାରେ ଶାରଦୀୟ ପୂଜା ଉତ୍ସବ
ଛତ୍ରପୁର(ଓ୍ବାଇଏନଏସ): ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଲିଙ୍ଗୀ ଗ୍ରାମ ସ୍ଥିତ ପ୍ରସିଦ୍ଧ ଶକ୍ତି ପୀଠ ମା ବିରସିଂହି ଠାରେ ତିନିଦିନ ବ୍ୟାପି ଶାରଦୀୟ ପୂଜା ଉତ୍ସବ ଅନୁଷ୍ଠିତ ହେଉଛି, ପୂଜକ ପଣ୍ଡିତ ଶ୍ରୀ ନରସିଂହ ଦାଶ ଶର୍ମା ଙ୍କ ଦ୍ଵାରା ପ୍ରତିଦିନ ହୋମ, ଚଣ୍ଡୀ ପାଠ ଓ ଷୋଡ଼ଶ ଉପଚାର କରାଯାଉଛି, ମନ୍ଦିର ର କମିଟି ସଦସ୍ୟ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ମହେଶ୍ୱର ଚୌଧୁରୀ, ରବୀନ୍ଦ୍ର ଚନ୍ଦ୍ର ଦାଶ,ତୁଷାର କାନ୍ତ ପାଣି ଗ୍ରାହି ସମେତ ସମସ୍ତ କମିଟି ସଦସ୍ୟ ଶ୍ରଦ୍ଧାଳୁ ଭକ୍ତି ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି, ପ୍ରତିଦିନ ଶହ ଶହ ଶ୍ରଦ୍ଧାଳୁ ଭକ୍ତି ମାଆ ଙ୍କ ଦର୍ଶନ କରି ଆଶୀର୍ବାଦଲାଭ କରୁଛନ୍ତି,


