ଓସ୍କାର ଦୌଡ଼ରେ ‘ଦ ଲାଷ୍ଟ କଲର୍‌’

ମୁମ୍ବାଇ : ସେଲିବ୍ରିଟି ସେଫ୍‌ରୁ ଫିଲ୍ମ ନିର୍ମାତା-ନିର୍ଦ୍ଦେଶକ ପାଲଟିଥିବା ବିକାଶ ଖାନ୍ନାଙ୍କ ଡେବ୍ୟୁ ଫିଲ୍ମ ‘ଦ ଲାଷ୍ଟ କଲର’ ଓସ୍କାରର ଫିଚର ଫିଲ୍ମ ତାଲିକାରେ ସ୍ଥାନ ପାଇଛି। ବିକାଶ ଏହାର ସୂଚନା ସୋସାଲ ମିଡିଆରେ ଦେଇଛନ୍ତି। ଏହି ଉପଲବ୍ଧିରେ ବିକାଶ ବହୁତ ଖୁସି ଅଛନ୍ତି। କାରଣ ତାଙ୍କ ଡେବ୍ୟୁ ଫିଲ୍ମ ହିଁ ଓସ୍କାର ପାଇଁ ନୋମିନେଟ୍‌ ହୋଇଛି। ବିକାଶ ଟ୍ବିଟ୍‌ କରି ଲେଖିଛନ୍ତି ଯେ ୨୦୨୦ର ସବୁଠାରୁ ଉତ୍ତମ ଆରମ୍ଭ। ମିରାକିଲ୍‌ ହୋଇଗଲା। ୟୁନିଭର୍ସକୁ ବହୁତ ବହୁତ ଧନ୍ୟବାଦ ବୋଲି ବିକାଶ କହିଛନ୍ତି। ଓସ୍କାର ଏକାଡେମୀ ୨୦୧୯ର ୩୪୪ଟି ବେଷ୍ଟ ଫିଲ୍ମର ଘୋଷଣା କରିଛି। ବିକାଶଙ୍କ ଏହି ଟ୍ବିଟ୍‌ ଉପରେ ‘ଦ ଲାଷ୍ଟ କଲର’ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ନୀନା ଗୁପ୍ତା ରିଟ୍ବିଟ୍‌ କରିଛନ୍ତି ଯେ ବିଶ୍ବାସ ହେଉ ନାହିଁ। ଏଥିପାଇଁ ସେ ବହୁତ ଖୁସି ଅଛନ୍ତି। ଏହାବ୍ୟତୀତ ନୀନା ଓ ବିକାଶ ସୋସାଲ ମିଡିଆରେ ନିଜ ଖୁସି ଜାହିର କରିଛନ୍ତି। ସୂଚନାଯୋଗ୍ୟ ଯେ ବିକାଶଙ୍କ ନିର୍ଦେଶ ଶିତ ଏହି ଫିଲ୍ମଟି ଏ ପର୍ଯ୍ୟନ୍ତ ଭାରତରେ ରିଲିଜ୍‌ ହୋଇନାହିଁ। ୨୦୧୯ ମୁମ୍ବାଇ ଫେଷ୍ଟିଭାଲ୍‌ରେ ଏହାର ସ୍କ୍ରିନିଂ ରଖାଯାଇଥିଲା। ଫିଲ୍ମ ‘ଦ ଲାଷ୍ଟ କଲର’ର କାହାଣୀ ବୃନ୍ଦାବନ ଓ ବାରଣାସୀରେ ରହୁଥିବା ବିଧବା ମହିଳାଙ୍କ ଜୀବନ ଉପରେ ଆଧାରିତ। ଏହି ମହିଳାଙ୍କ ସଂଘର୍ଷ ଓ ସେମାନଙ୍କ ଜୀବନକୁ ଏହି ଫିଲ୍ମରେ ପ୍ରଦର୍ଶନ କରାଯାଇଛି। ଏହାପୂର୍ବରୁ ମଧ୍ୟ ବିଧବା ମହିଳାଙ୍କ ଜୀବନୀ ଉପରେ ମୀରା ନାଏର ‘ୱାଟର’ ଫିଲ୍ମ ତିଆରି କରି ସାରିଛନ୍ତି। ଯେଉଁଥିରେ ଜନ୍‌ ଆବ୍ରାହମ ଓ ଲିଜା ରେଙ୍କ ସହ ସୀମା ବିଶ୍ବାସ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ