୧୯୯୩ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ବାଲିଆପାଳ ସ୍ଥିତ ଶାରିରୀକ କ୍ରୀଡା ମହାବିଦ୍ୟାଳୟର ୧୯୯୨,୯୩ ସି.ପି.ଏଡ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନିକଟସ୍ଥ ଡଗରା ବେଳାଭୁମୀରେ ଅନୁଷ୍ଠିତ ଏହି ବନ୍ଧୁ ମିଳନ ଉତ୍ସବରେ ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଶ୍ରୀୟା ମିଶ୍ର, କ୍ରୀଡା ମହାବିଦ୍ୟାଳୟର ସେକ୍ରେଟେରୀ ଡ. ଶ୍ରୀକାନ୍ତ ମିଶ୍ର, ଅଧ୍ୟକ୍ଷ ସୁଶାନ୍ତ କୁମାର ଦେ, ପ୍ରାକ୍ତନ ଅଧ୍ୟାପକ ତଥା ଏସସିବି ମେଡିକାଲ କଲେଜର କ୍ରୀଡା ଶିକ୍ଷକ ତାରିଣୀ ପ୍ରସାଦ ଦାସ, ତୁଷାର ରଞ୍ଜନ ପଟ୍ଟନାୟକ, ଡ. ମନମୋହନ ରାଉତଙ୍କ ସମେତ ଅନେକ ଶିକ୍ଷକ ଯୋଗଦେଇ ତତକାଳୀନ ଛାତ୍ରଛାତ୍ରୀ ମାନଙ୍କୁ ସାରଗର୍ଭ ଉପଦେଶ ପ୍ରଦାନ କରିଥିଲେ । ଦିବଂଗତ ଅଧ୍ୟାପକ ଆସଫ ଅଲ୍ଲୀ ଖାନ, ଛାତ୍ର ସନ୍ଦିପ କୁମାର ପାତ୍ର, ପଞ୍ଚାନନ ସାହୁ, କାଞ୍ଚନବାଳା ହୁଇ, ଭଞ୍ଜନ ମହାପାତ୍ର, ଅଶୋକ ମିଶ୍ର, ବିମଳ ଦାସ, ପ୍ରଦୀପ ପାଢ଼ୀ, ଆରତୀ ବିଶ୍ୱାଳଙ୍କ ବିୟୋଗରେ ଶୋକସଭା କରାଯାଇ ସେମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପ୍ରଣୟ କୁମାର ମହାନ୍ତି, ଅରୁଣ ମହାନ୍ତି, କୃଷ୍ଣଚନ୍ଦ୍ର ପଲେଇ, ଦ୍ୱାରିକା ପାଢ଼ୀ, ଧନଞ୍ଜୟ ପଣ୍ଡା, ଇନ୍ଦିରା ସାହୁ, ବସୁମତି ଆରୁଖ, ଶକୁନ୍ତଳା ଦତ୍ତ, ତିଳୋତ୍ତମା ମହାନ୍ତି, ମୀନାରାଣୀ ସେନାପତି, ନିର୍ମଳା ମହାନ୍ତି, ଜ୍ଞାନରଞ୍ଜନ କର, କିଶୋର ସୁବୁଦ୍ଧି, ଲମ୍ବୋଦର ରାମ, ଉମା ମହାନ୍ତ, ରମେଶ ଚନ୍ଦ୍ର ମହାନ୍ତ, ହେମନ୍ତ ଦାସ, ଜୟନ୍ତ ପତି, ଅରୁଣ ପଣ୍ଡା, ପ୍ରଦୀପ ମହାନ୍ତି, ଜୟନ୍ତ ପତି, ଶାନ୍ତନୁ ରାଉତ, ବଳରାମ ସାହୁ, ସାଧୁ ଚରଣ ସି, ନିରଞ୍ଜନ ଦେବ, ପ୍ରଦୀପ ଗିରି ପ୍ରମୁଖ ଯୋଗଦେଇ ନିଜ ନିଜ ଭିତରେ ଭାବର ଆଦାନ ପ୍ରଦାନ କରିବା ସହିତ ନିଜ ନିଜ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ