ଅଦିନିଆ ବର୍ଷାରେ ଭିଜିଲା ପାଚିଲା ଧାନ ଚିନ୍ତାରେ ଚାଷୀ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ସାରା ରାଜ୍ୟରେ ଲାଗି ରହିଥିବା ଅଦିନିଆ ବର୍ଷା ଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି । ଆଜି ଦିନ ତମାମ ବର୍ଷା ଲାଗି ରହିବା ଦ୍ୱାରା ଶୁଖିଲା ଧାନ କିଆରୀ ମାନଙ୍କରେ ପାଣି ଜମି ରହିବାରୁ ପାଚିଲା ଧାନ ସବୁ ନଷ୍ଟ ହୋଟିବା ଆଶଙ୍କାରେ ଚାଷୀମାନେ ଚିନ୍ତାରେ ପଡିଛନ୍ତି । କେନ୍ଦୁଝର ଜିଲ୍ଲାର ଭାତ ହାଣ୍ଡି କୁହାଯାଉଥିବା ହାଟଡ଼ିହି ବ୍ଲକରେ ସମସ୍ତ ୩୧ଟି ଯାକ ପଞ୍ଚାୟତରେ ପାଚିଲା ଧାନ ବିଲରେ ପାଣି ଜମିବା ସହିତ ପବନରେ ଧାନ ଶୋଇ ପଡ଼ିଥିବାରୁ ଏକର ଏକର ଧାନକିଆରୀ ନଷ୍ଟ ହୋଇଯିବା ଆଶଙ୍କା ଦେଖା ଦେଇଛି । ଚାଷୀ ଧାର ଉଦ୍ଧାର କରି ରୋଗ ପୋକରୁ ଧାନକୁ ବଞ୍ଚାଇ ଧାନ ଅମଳ କରିବାକୁ ଆଶା ବାନ୍ଧିଥିଲା ବେଳେ ଆଜି ସକାଳ ଠାରୁ ଲଗାଣ ବର୍ଷା ଲାଗି ରହିବାଦ୍ୱାରା ବିଲରେ କଟାହୋଇ ପଡିଥିବା ଧାନସବୁ ପାଣିରେ ପଡି ନଷ୍ଟ ହେବାକୁ ବସିଛି । ଅନେକ ସ୍ଥାନରେ ପାଚିଲା ଧାନସବୁ ପବନ ଦ୍ୱାରା ପଡିଯିବାରୁ ପାଣିରେ ବୁଡି ରହିଛି । । ଫଳରେ ଚାଷୀମାନେ କିପରି ଧାନ ଅମଳ କରିବେ ତାହାକୁ ନେଇ ଆଶଙ୍କାରେ ଅଛନ୍ତି । ଆଜି ପ୍ରବଳ ବର୍ଷା ସତ୍ତ୍ୱେ ଚାଷୀମାନେ ବର୍ଷାକୁ ଖାତି ନକରି ଧାନକୁ ସାଇତି ରଖିବା ପାଇଁ ଆପ୍ରାଣ ଉଦ୍ୟମ କରୁôତବା ଦେଖିବାକୁ ମିଳିଛି । କିଏ ବିକଳରେ କଟା ହୋଇ ପଡିଥିବା ଧାନସବୁକୁ ହିଡ଼କୁ ଟେକୁଛି ତ ଆଉ କିଏ ପାଲ ଘୋଡାଇ ବାଡି ପଡିଥିବା ଧାନକୁ ସାଉତୁଛି । ଚଳିତବର୍ଷ ମଣ୍ଡିରେ ଧାନ କ୍ରୟ ଆରମ୍ଭ ହୋଇଥିଲେବି ଆଜି ପର୍ଯ୍ୟନ୍ତ ଧାନ କିଣା ହୋଇ ନଥିବାରୁ ଓ ହଜାର ହଜା ଚାଷୀଙ୍କ ଟୋକନ ଆସିନଥିବାରୁ ଧାନ ବିକ୍ରୀ କରିନପାରି ଖଳାରେ ରଖିଥିଲେ ଯେ ତାହା ବର୍ଷାରେ ଭିଜି ନଷ୍ଟ ହୋବକୁ ବସିଛି ବୋଲି ଚାଷୀ ଜଳଧର ସ୍ୱାଇଁ, ମୁକ୍ତିକାନ୍ତ ରାଉତ, ଅର୍ଜୁନ ବେହେରା, ହୃଷିକେଶ ମହାକୁଡ, କାର୍ତ୍ତିକେଶ୍ୱର ରାଉତ ପ୍ରମୁଖ ଅଭିଯୋଗ କରିଛନ୍ତି । ଧାନ କାଟିବା ପାଇଁ ଶ୍ରମିକ ଅଭାବ ଦଖାଦେଇଥିବାବେଳେ କେବଳ ମେସିନି ଦ୍ୱାରା ହିଁ ଧାନ କଟା ଯାଉଛି । ବେଶି ସଂଖ୍ୟାରେ ମେସିନି ନଥିବାରୁ ଧାନ କଟାରେ ଅନେକ ବିଳମ୍ବ ଘଟୁଛି ବୋଲି ଚାଷୀମାନେ କହିଛନ୍ତି । ଯଦି ଆଉ ଦିନେ ଦୁଇଦିନ ଏହିପରି ବର୍ଷା ଲାଗିରହୁହେ ତେବେ ଧାନସବୁ ବିଲରେ ଗଜା ହୋଇଯିବାର ଆଶଙ୍କା ଦେଖା ଦେଇଛି । ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଚାଷୀଙ୍କ ଦୁଖ ବୁଝିବାକୁ ଦାବି ହେଉଛି ।


