ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ

କୋଦଳା: ଗୁରୁବାର ଦିନ ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷ ଡ଼ଃ. ସୀମାଞ୍ଚଳ ମୁନି ଅଧ୍ୟକ୍ଷତା କରିଥିଲେ । କଲେଜର ଛାତ୍ରଛାତ୍ରୀଙ୍କ ଦ୍ଵାରା ଓ ଅଭିଭାବକଙ୍କ ସହଯୋଗର ବାତାବରଣ ଉପରେ ଗୁରୁତ୍ୱ ପ୍ରଦାନ କରିବା ସହ ସମସ୍ତ ଅଭିଭାବକ ଏଥିରେ ପୂର୍ଣ୍ଣ ସହଯୋଗ ପାଇଁ ପ୍ରତିଶୃତି ଦେଇଥିଲେ । କୋଡିନେଟର ଅଧ୍ୟାପକ ମିହିର ପଟ୍ଟନାୟକ ଛାତ୍ର ଶୃଙ୍ଖଳା,୭୫% ଉପସ୍ଥାନ ଓ ଗାଡି ଚଳାଇବାର ସତର୍କତା ଓ ନିୟମ ଉପରେ ବୁଝାଇଥିଲେ । ପ୍ରଧ୍ୟାପକ ଡ଼ଃ କ୍ଷୀରୋଦ ଚନ୍ଦ୍ର ମହାପାତ୍ର ଛାତ୍ରଙ୍କ କ୍ୟାରିଅର ଉପରେ ଆଲୋକପାତ କରିଥିଲେ। ହୃଷିକେଶ ପ୍ରହରାଜ,ଶ୍ରୀ ଶ୍ୟାମା ସୁନ୍ଦର ଦୋରା ପ୍ରମୁଖ ଉପସ୍ଥିତ ରହି ସଭା ପରିଚାଳନା କରିଥିଲେ । ଅଧ୍ୟାପିକା ମୌସୁମୀ ମିଶ୍ର,ସାଗରିକା ମୁନି ଧନ୍ୟବାଦ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ