ଜାନୁୟାରୀ ୧୭ରେ ଉତ୍ କ୍ଷେପଣ ହେବ ଜିସାଟ୍-୩୦
ନୂଆଦିଲ୍ଲୀ- ଜାନୁୟାରୀ ୧୭ରେ ମହାକାଶକୁ ଜିସାଟ୍-୩୦ ଉତ୍ କ୍ଷେପଣ କରାଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଫ୍ରେଞ୍ଚ୍ ଗୁଏନାର କୋଉରୋ ଲଞ୍ଚପ୍ୟାଡ୍ରୁ ୟୁରୋପିଆନ୍ ହେଭି ରକେଟ ଏରିୟନ୍-୫-ଇସିଏ ଦ୍ୱାରା ଏହାକୁ ଭାରତୀୟ ସମୟ ରାତି ୨ଟା ୩୫ ମିନିଟରେ ଉତ୍ କ୍ଷେପଣ ହେବ ବେଲି ଜଣାପଡିଛି । ଏହା ଇନସାଟ୍ ଉପଗ୍ରହ ସ୍ଥାନରେ କ।ର୍ଯ୍ୟ କରିବ । ଏହା ଆସନ୍ତା ୧୫ ବର୍ଷ ପାଇଁ କ।ର୍ଯ୍ୟକ୍ଷମ ହେବ ବୋଲି କୁହାଯାଉଛି। ଏହା ଦ୍ୱାରା ଟେଲିଭିଜନ ପ୍ରସାରଣ, ପାଣିପାଗ ସୂଚନା ଆଦି କାର୍ଯ୍ୟରେ ସହାୟକ ହେବା ସହ ଦେଶର ସଞ୍ଚାର ବ୍ୟବସ୍ଥାକୁ ସୁଦୃଢ଼ କରିବା ଆହୁରି ସୁଦୃଢ କରିବ ବୋଲି ଇସ୍ରୋ ଆଶା ରଖିଛି ।


