ରାଇରଙ୍ଗପୁରର ଜିଲ୍ଲାପାଳଙ୍କ ଉପଖଣ୍ଡ ସ୍ତରୀୟ ଜନ ଶୁଣାଣି

ରାଇରଙ୍ଗପୁର ,(ଯୁଗାବ୍ଦ ନ୍ୟୁଜ୍‌):ମୟୂରଭଂଜ ଜିଲ୍ଲାର ବାମନଘାଟି ଉପଖଣ୍ଡ, ରାଇରଙ୍ଗପୁର ଉପଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଉପଖଣ୍ଡ ସ୍ତରୀୟ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଜାନୁଆରୀ ମାସ ଦ୍ୱିତୀୟ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ୬୧ ଟି ଅଭିଯୋଗ ପଂଜିକୃତ ହୋଇଥିଲା । ତନ୍ମଧ୍ୟରୁ ୪୮ ଟି ବ୍ୟକ୍ତିଗତ,୧୩ ଟି ଗୋଷ୍ଠୀ ଗତ ଥିଲା । ଚିକିତ୍ସା ପାଇଁ ଜାମଦା ବ୍ଲକର କାଣ୍ଡସର ଗ୍ରାମର ଅଶୋକ ନନ୍ଦଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫୦୦୦ ଟଙ୍କା ଏବଂ ନନ୍ଦ କିଶୋର ମହାକୁଡକୁ ରେଡକ୍ରସ୍ ପାଣ୍ଠିରୁ ୨୦୦୦ ଟଙ୍କା ସହାୟତା ରାଶି ପ୍ରଶାସନ ପକ୍ଷରୁ ଦିଆ ଯାଇଥିଲା ।୫ଟି ମାମଲା ସମାଧାନ କରାଯାଇଥିଲା ।ଏଥିରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଶୋକ ପଟ୍ଟନାୟକ, ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ରାଇରଙ୍ଗପୁର ପିଏ ଆଇଟିଡିଏ ଅନନ୍ତ ନାରାୟଣ ସିଂ ଲାଗୁରୀ, ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତରଛତିଶ ମହାନ୍ତ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିନ୍ଧାଣି ବାବୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଜନଶୁଣାଣୀରେ ଉପଖଣ୍ଡର ସମସ୍ତ ବିଡ଼ିଓ, ତହସିଲଦାର, ଏବଂ ବିଭିନ୍ନ ସରକାରୀ ମୁଖ୍ୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ