ଦାନୀ ଭିକାରି

ବୁଲଗେରିଆରେ ବାସ କରୁଥିବା ଜଣେ ୯୯ ବର୍ଷୀୟ ଡୋବ୍ରିବ୍ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନିଜର ଶୁଣିବା କ୍ଷମତା ହରାଇ ବସିଥିଲେ । ବହୁ ବର୍ଷ ଧରି ସେ ଭିକ ମାଗି ମାଗି ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୫୦ ହଜାର ଡଲାର୍ ଦାନ କରିସାରିଲେଣି । ପ୍ରତିଦିନ ୨୨ କିଲୋମିଟର ପାଦରେ ଚାଲି ନିଜ ଗ୍ରାମରୁ ସୋଫିୟା ସହର ପହଁଞ୍ଚି ସେ ଭିକ ମାଗନ୍ତି । ଏହା ତାଙ୍କର ଏବେ ଦିନଚର୍ଯ୍ୟାରେ ପରିଣତ ହୋଇଗଲାଣି । ଲୋକେ ମଧ୍ୟ ବଡ଼ ଆଦରରେ ତାଙ୍କୁ ପଇସା ଦିଅନ୍ତି, କାରଣ ସେମାନେ ତାଙ୍କର ଉଦ୍ଦେଶ୍ୟ ଜାଣିସାରିଛନ୍ତି । ଯଦି କେହି ଛୋଟ ପିଲା ତାଙ୍କୁ ପଇସା ଦିଅନ୍ତି ତେବେ ସେ ତା’ର ହାତକୁ ଆଦରର ସହ ଚୁମା ଦିଅନ୍ତି । ସେ ଭିକରୁ ମିଳିଥିବା ଏହି ଟଙ୍କାକୁ କେବେ ନିଜ ପାଇଁ ଖର୍ଚ୍ଚ କରିନାହାନ୍ତି । ଆଜି ମଧ୍ୟ ସେ ଏକ ଛୋଟ ରୁମରେ ରୁହନ୍ତି । ହାତରେ ସିଲେଇ ହୋଇଥିବା ଜୋତା ଏବଂ ପୋଷାକ ପିନ୍ଧନ୍ତି । ପେଶାରେ ଜଣେ ସୈନିକ ରହିଆସିଥିବା ଡୋବ୍ରିବଙ୍କୁ ମାସିକ କେବଳ ୧୦୦ ଡଲାର୍ ପେନସନ୍ ମିଳେ । ଅନେକଥର ବୁଲଗେରିଆର ବହୁ ଚର୍ଚ୍ଚ ପକ୍ଷରୁ ତାଙ୍କୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରାଯାଇଛି, କିନ୍ତୁ ସେ ମନା କରିଦେଇଛନ୍ତି । ସେ କୁହନ୍ତି ତାଙ୍କ ଲକ୍ଷ୍ୟ ନିଃସ୍ୱାର୍ଥ ଭାବରେ ଲୋକଙ୍କ ସହାୟତା କରିବା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ