ଗୋପାଳପୁର ପୋର୍ଟ ପରିସର ପ୍ରଭାବଶାଳି ବ୍ୟକ୍ତିଙ୍କ ଆଡାସ୍ଥଳି ପାଲଟିଛି
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଛତ୍ରପୁର ଉପକଣ୍ଠରେ ଥିବା ଗୋପାଳପୁର ବନ୍ଦର ପରିସରରେ ବିଭିନ୍ନ ବାଣିଜ୍ୟ କାରବାର ବର୍ତ୍ତମାନ ପରିପ୍ରେକ୍ଷୀରେ ଜୋରସୋର ଚାଲିଥିବା ବେଳେ ବନ୍ଦର ପରିସରରେ ବହୁ କଂପାନୀ ଗୁଡିକ ଡେରା ପକାଇ ବିଭିନ୍ନ ବାଣିଜ୍ୟ କରାବାର ଚଳାଉଛନ୍ତି । ଜିଲ୍ଲା କିମ୍ବା ରାଜ୍ୟ ବାହାରରୁ ବିଭିନ୍ନ ସାମଗ୍ରୀ ରପ୍ତାନୀ ଓ ଆମଦାନୀ ଚଲୁରହିଛି । କିଛି କଂପାନୀ ବନ୍ଦର ପରିସରରେ ଅସ୍ଥାୟୀ କାର୍ଯ୍ୟାଳୟ କରି ବିଭିନ୍ନ ବାଣିଜ୍ୟ ଲୁହାପଥର, ବାଲି, କୋଇଲା ଏବଂ ଲୁଣ ରପ୍ତାନୀ ନିମନ୍ତେ ପରିବହନ କାର୍ଯ୍ୟ ତୁଲାଉଛନ୍ତି । ଏହି କଂପନାୀ ଗୁଡିକରୁ କିଛି ଜିଲ୍ଲା ଏବଂ ଅଂଚଳ ପ୍ରଭାବୀଶାଳି ବ୍ୟକ୍ତି ମାନେ ଲିଜ୍ ଆଣି ଏହି କାରବାର ଚଳାଇଉଛନ୍ତି । କେତକ ପ୍ରଭାବୀଶାଳି ବ୍ୟକ୍ତିମାନେ ନିଜ ଦବଦବା ଜାହିର କରିବା ନିମନ୍ତେ ଗୁଣ୍ଡାଶାଳିର ବ୍ୟକ୍ତିମାନଙ୍କୁ ହାତର କରି ସେହିଅଂଚଳରେ ଏକପ୍ରକାର ଅପ୍ରିତିକର ବାତାବରଣ ସୃଷ୍ଟି କରି ସମସ୍ତ କାରବାର ନିଜ ଅଧିନରେ କରିବା ନିମନ୍ତେ ଲମ୍ବି ଚଳାଇଛନ୍ତି । ବନ୍ଦରର କିଛି ଅଧିକାରୀ ଏବଂ ଛତ୍ରପୁର ଆଖପାଖ ଅଂଚଳର ଅଫିସ ମାନଙ୍କୁ ହାତରେ କରି ଏହି କାରବାର କିଛି ମାତ୍ରାରେ ଚଳାଉଛନ୍ତି ଏବଂ ଆହୁରୀ ସମସ୍ତ କାରବାର ଚଳାଇବା ନିମନ୍ତେ ଗୋପାଳପୁର ବନ୍ଦର ଓ ଆଖପାଖ ଅଂଚଳରେ ଭୟର ବାତାବରଣ ସୃଷ୍ଟି୍କରୁଛନ୍ତି । ସେହି ଅଂଚଳର କିଛି ବ୍ୟକ୍ତି ମାନଙ୍କୁ ମଦମାଂସ ଦେଇ ନିଜ ଆଡକୁ ଆଣିବା ପାଇଁ ଚେଷ୍ଟା ଚଳାଇଛନ୍ତି । ଗତ କିଛି ଦିନ ହେଲା ବନ୍ଦର ସମ୍ମୁଖରେ ଛତ୍ରପୁର ଆଖପାଖ ଅଂଚଳର ଟ୍ରକ ମାଲିକ ମାନେ ଗୋପାଳପୁର ବନ୍ଦରରୁ ମାଲ ରପ୍ତାନୀ ଓ ଆମଦାନୀ କାର୍ଯ୍ୟରେ ନିୟୋଜିତ ହେବା ନିମନ୍ତେ ଆନ୍ଦୋଳନ କରିଥିବା ବେଳେ ଏହି କାର୍ଯ୍ୟରେ ଲିପ୍ତ ଥିବା କିଛି ବାହାର ରାଜ୍ୟର ଟ୍ରାନସପୋର୍ଟ କଂପାନୀ ଗୁଡିକୁ ବୁଝୁଥିବା କିଛି ପ୍ରଭାବଶାଳି ବ୍ୟକ୍ତି ମାନେ ସେମାନଙ୍କୁ ସୁଯୋଗ ଦେଉନାହାଁନ୍ତି । ଯଦି ଟ୍ରକ ମାଲିକ ମାନେ ଯିବା ନିମନ୍ତେ ବାଧ୍ୟ କରନ୍ତି ତେବେ ସେମାନଙ୍କୁ କମ୍ ଦରର ଟ୍ରାନସଫୋର୍ଟ ଖର୍ଚ୍ଚ ଦେବାକୁ କହୁଛନ୍ତି । ଏଥି ନିମନ୍ତେ କୈାଣସି ଟ୍ରକ ମାଲିକ ମାନେ ରାଜି ହେଉନାହାଁନ୍ତି । ସେମାନେ ସେମାନଙ୍କ ଖଣ୍ଡିଏ ଖଣ୍ଡିଏ ଗାଡି ନିମନ୍ତେ କିଛି ପରିବହନ ଭଡା ମାଗିବା ଦାବୀରେ ଆନ୍ଦୋଳନ କରୁଛନ୍ତି । ଏକ ବିଶେଷସୂତ୍ରରୁ ଜଣାପଡିଛି ଯେ ଗତକାଲି ରାତି ୧୦ଟାରୁ ୧୧ ରେ ଏକ ବୋଲର ଗାଡିରେ କିଛି ଯୁବକ ଗାଡି ଭିତରେ ଠେଙ୍ଗା, ପଥର ରଖି ଗୋପାଳପୁର ବନ୍ଦରରୁ ଡୁବୁଲୁ ଛକ ପର୍ଯ୍ୟନ୍ତ ପଇନ୍ତରା ମାରୁଥିବା ବେଳେ ଚମାଖଣ୍ଡି ପୁଲିସ ଗାଡି ପେଟ୍ରୋଲିଂ କରୁଥିବାର ଦେଖି ବୋଲର ଗାଡିକୁ ରଖି କୁଆଡେ ଚମ୍ପଟ ମାରିଥିଲେ । ତେବେ ପୁଲିସ ବୋଲରକୁ ଚମାଖଣ୍ଡି ଥାନାକୁ ଆଣି ଏହାର ଖୋଳତାଡ କରୁଥିବା ଜଣାପଡୁଛି । ଏସଂପର୍କରେ ଚମାଖଣ୍ଡି ଥାନା ଅଧିକାରୀଙ୍କୁ ପଚାରିବାରୁ ସେମିତି କିଛି ନାହିଁ ବୋଲି କହିଥିଲେ । ଛତ୍ରପୁର ଏସଡିପିଓ ଗୈାତମ କିଷାନ ଙ୍କୁ ଆମ ପ୍ରତିନିଧି ପଚାରିବାରୁ ସେ କହିଥିଲେ ଯେ କଣ ହୋଇଛି ମୁଁ ଦେଖୁଛି ବୋଲି ସୂଚନା ଦେଇଛନ୍ତି ।


