ମହାବିଦ୍ୟାଳୟରେ ସଖୀ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)-ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ସଖୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଚିକିତ୍ସା ଅଧିକାରିଣୀ ଡଃ ରିନା ସାହୁ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏହି ଟିମ୍ ରେ ଉପସ୍ଥିତ ଥିଲେ କେନ୍ଦ୍ରୀୟ ପ୍ରଶାସକ ଶ୍ରୀମତୀ ଭାବ୍ୟଲକ୍ଷ୍ମୀ ନାୟକ,କାଉନସିଲର ଶ୍ରୀମତୀ ମୀନା ଟହଲ,ଶ୍ରୀଦେବୀ ରଇତ ପ୍ରମୁଖ ଛାତ୍ରୀ ମାନଙ୍କୁ ମହିଳା ମାନଙ୍କ ବିଭିନ୍ନ ଅସୁବିଧା ସମ୍ପର୍କରେ ପୋଲିସ ଓ ଡାକ୍ତର ମାନଙ୍କ କିପରି ସହାୟତା ନେଇପାରିବେ ତା ଉପରେ ଆଲୋକପାତ କରିଥିଲେ । ଶେଷରେ ରବିନ୍ଦ୍ର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅପର୍ଣ କରିଥିଲେ ।


