ବିଦ୍ୟୁତ ତାର ଝୁଲୁଛି ବାଉଁଶ ଖୁଣ୍ଟରେ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍) : ଜନସାଧାରଣଙ୍କର ବିଦ୍ୟୁତ ଏକ ଅତ୍ୟାବଶ୍ୟକ ସେବାରେ ପରିଣତ ହୋଇଥିବାରୁ ସରକାରଙ୍କ ପକ୍ଷରୁ ଏହା ଉପରେ ଗୁରୁତ୍ୱ ଦିଆଯାଇ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନିତୀ ଯୋଗୁଁ ଏହା ସଦୁପଯୋଗ ହୋଇପାରୁନାହିଁ । ଫଳରେ ବିଦ୍ୟୁତ ତାର ବିଦ୍ୟୁତ ଖୁଂଟ ବଦଳରେ ବାଉଁଶ ଖୁଂଟ ସାହାର୍ଯ୍ୟରେ ବିଦ୍ୟୁତ ସେବା ଯୋଗାଇ ଦିଆଯାଉଛି । ଯାହାର ଜ୍ୱଳନ୍ତ ଉଦାହରଣ ନାଉଗାଁ ବ୍ଲକ ଘୋଡାଂଶ ପଂଚାୟତର ତୋଟପାଟଣା ଗ୍ରାମରେ ଦେଖିବାକୁ ମିଳୁଛି ।